ମୁମ୍ବାଇ ୦୬/୦୪: ଗତ ବର୍ଷର ଅନ୍ୟତମ ବହୁ ପ୍ରତୀକ୍ଷିତ ଫିଲ୍ମ ଥିଲା ‘ଦେବରା- ୧’ । ୨୦୨୨ରେ ରାଜାମୌଲୀଙ୍କ ଫିଲ୍ମ ‘ଆର୍ଆର୍ଆର୍’ର ସଫଳତା ପରେ ଏହା ଥିଲା ଏନ୍ଟିଆର୍ଙ୍କ ବଡ଼ ବଜେଟ୍ ପ୍ରୋଜେକ୍ଟ । ପ୍ରଥମ ଭାଗକୁ ଆଶାନୁରୂପ ସଫଳତା ନ ମିଳିବାରୁ ୨ୟ ଭାଗକୁ ନେଇ ଦ୍ୱନ୍ଦ୍ୱ ଥିଲା । ଏବେ ଏହାର ସିକ୍ୱେଲ ବିଷୟରେ କହିଛନ୍ତି ଜୁନିୟର ଏନ୍ଟିଆର ।
ମ୍ୟାଡ୍ ସ୍କେ୍ୱୟାରର ଗ୍ରାଣ୍ଡ୍ ସକ୍ସେସ୍ ସେଲିବ୍ରେସନ୍ରେ ଯୋଗ ଦେଇ ଲୋକଙ୍କ ଗହଣରେ ସେ କହିଲେ ‘ଦେବରା-୨ ହେବ ନାହିଁ ବୋଲି କିଛି ଲୋକ କହୁଛନ୍ତି । କିନ୍ତୁ ମୁଁ କହୁଛି, ୨ୟ ଭାଗ ନିଶ୍ଚୟ ହେବ । ପ୍ରଶାନ୍ତ ନୀଲଙ୍କ ପ୍ରୋଜେକ୍ଟ ଯୋଗୁ ଫିଲ୍ମର କାମ ଟିକିଏ ଅଟକିଛି । ଜୁନିୟର ଏନ୍ଟିଆର୍ଙ୍କ ଘୋଷଣା ପରେ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏହି କାର୍ଯ୍ୟକ୍ରମରେ ଜୁନିୟର ଏନ୍ଟିଆର୍ ତାମିଲ ଫିଲ୍ମମେକର ନେଲ୍ସନ ଦିଲୀପ କୁମାରଙ୍କ ସହ ନୂଆ ପ୍ରୋଜେକ୍ଟ ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ନାଗା ଭାମ୍ସୀ ଏହାର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିବେ ।
କୋରତାଲା ଶିବାଙ୍କ ନିର୍ଦ୍ଦେଶିତ ‘ଦେବରା-୧’ ୨୦୨୪ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ଜରିଆରେ ଜାହ୍ନବୀ କପୁର ତେଲୁଗୁ ସିନେମାରେ ଏଣ୍ଟ୍ରି କରିଥିଲେ । ସୈଫ ଅଲି ଖାନ୍, ପ୍ରକାଶ ରାଜ, ଶ୍ରୀକାନ୍ତ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଜୁନିୟର ଏନ୍ଟିଆର୍ଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ୱାର୍-୨’ । ୟଶରାଜ ଫିଲ୍ମସ ସ୍ପାଇ ୟୁନିଭର୍ସର ଏହି ପ୍ରୋଜେକ୍ଟର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ । ମୁଖ୍ୟ ଭୂମିକାରେ ଅଛନ୍ତି ଋତ୍ୱିକ ରୋଶନ । ଆସନ୍ତା ୧୪ ତାରିଖରେ ଫିଲ୍ମଟି ଥିଏଟରକୁ ଆସିବ ।