ଭୁବନେଶ୍ଵର: ଅହମଦାବାଦ ପ୍ଲେନ୍ କ୍ରାସ ପରେ ସଚେତନ ହୋଇଛି DGCA । କୌଣସି ଦୁର୍ଘଟଣା ଘଟିଲେ କିଭଳି ଏହାକୁ ମୁକାବିଲା କରାଯାଇପାରିବ ସେନେଇ ସବୁ ବିମାନ ବନ୍ଦରରେ ଫୁଲ୍ ସ୍କେଲ୍ ରିହର୍ସାଲ ବା ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩୦ ତାରିଖରେ ହେବ ଏହି ମକ୍ ଡ୍ରିଲ୍ । ସେହିଭଳି ଭୁବନେଶ୍ବର ବିମାନବନ୍ଦର ପକ୍ଷରୁ ମଧ୍ୟ ସୁରକ୍ଷିତ ବିମାନ ଚଳାଚଳ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏୟାରପୋର୍ଟର ଚାରିପାଖରେ ସର୍ଭେ କରୁଛି ସ୍ବତନ୍ତ୍ର ଟିମ୍ । ଗତ ମାସରେ ବସିଥିବା ଏୟାରଫିଲ୍ଡ ଏନଭାଇରନ୍ମେଣ୍ଟ ମ୍ୟାନେଜମେଣ୍ଟ କମିଟି AEMC ବୈଠକରେ କମିଟି ଅଧ୍ୟକ୍ଷ ତଥା BMC କମିଶନରଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।
Also read: ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁ ଆକାଶରେ ‘ଟ୍ରାଫିକ ଜାମ୍’, ଦୈନିକ ବଦଳୁଛି ଶହଶହ ବିମାନଙ୍କ ରୁଟ୍
ଅହମଦାବାଦ ପ୍ଲେନ କ୍ରାଶ୍ ପରେ ଚେତିଛି DGCA । ଏଣିକି ସବୁ ବିମାନ ବନ୍ଦରରେ ହେବ ଫୁଲସ୍କେଲ ରିହର୍ସାଲ ବା ମକ ଡ୍ରିଲ । ଜୁନ୍ ୩୦ରେ ହେବ ଏହି ରିହର୍ସାଲ । ଏଥିପାଇଁ ନିର୍ଦେଶ ଦେଇଛି DGCA । ଏଥିରେ ସିଭିଲ ଏଭିଏସନର କର୍ମଚାରୀଙ୍କ ସହ ପୋଲିସ, ମେଡିକାଲ ଓ ଅଗ୍ନିଶମ ବାହିନୀ ଉପସ୍ଥିତ ରହିବେ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ । ଅକସ୍ମାତ କୌଣସି ବିମାନ ଦୁର୍ଘଟଣା ଘଟିଲେ କେମିତି ପ୍ରଥମେ ରେସପନ୍ସ କରାଯିବ, ଆହତଙ୍କୁ କିପରି ପ୍ରାଥମିକତା ଦେଇ ଚିକିତ୍ସା ପାଇଁ ବାହାର କରାଯିବ, ପ୍ଲେନରେ ଥିବା ଯାତ୍ରୀଙ୍କ ସମ୍ପର୍କୀୟ ବିମାନ ବନ୍ଦରକୁ ଆସିଲେ ତାଙ୍କୁ କିପରି ମ୍ୟାନେଜ କରାଯିବ ଓ ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ରୁମ କରାଯାଇ କିପରି ସବିଶେଷ ବିବରଣୀ ଠିକ ସମୟରେ ଦିଆଯିବ ସେ ନେଇ ମକ ଡ୍ରିଲ ହେବ । ଏପଟେ ଭୁବନେଶ୍ବର ବନ୍ଦର ରନଓ୍ବେ ନିକଟରେ ଲମ୍ବା ଗଛ ଏବଂ ଉଚ୍ଚ ଅଟ୍ଟାଳିକା ରହିଛି । ଏନେଇ ସର୍ଭେ କରୁଛି ସ୍ବତନ୍ତ୍ର ଟିମ୍ । ଗତ ମାସରେ ବସିଥିବା ଏୟାରଫିଲ୍ଡ ଏନଭାଇରନ୍ମେଣ୍ଟ ମ୍ୟାନେଜମେଣ୍ଟ କମିଟି AEMC ବୈଠକରେ କମିଟି ଅଧ୍ୟକ୍ଷ ତଥା BMC କମିଶନରଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ ।
ଭୁବନେଶ୍ବର ବିମାନ ବନ୍ଦରରେ ଘଣ୍ଟାଙ୍କ ଭିତରେ ଏକାଥରେ ୨୪ ବିମାନ ଲ୍ୟାଣ୍ଡିଂ ଏବଂ ଟେକଅପ୍ କରିପାରିବ । ଏଥିପାଇଁ ପାରାଲାଲ ଟାକ୍ସି ଟ୍ରାକ ଏବଂ ରାପିଡ ଏକଜିଟ ବ୍ୟବସ୍ଥା ହୋଇଛି। ଏଥିପାଇଁ ଖର୍ଚ୍ଚ ହୋଇଛି ୪୮ କୋଟି ଟଙ୍କା। ଟ୍ରାକ ପ୍ରସ୍ତୁତ ପରେ ଏହାର କ୍ଳିଅରାନ୍ସ DGCA ଦେଇଛି । AIP ରେ ଏହା ପବ୍ଲିକ ହେବାର ୪୬ ଦିନ ପରେ କାର୍ଯ୍ୟକାରୀ ହେବ। ଏହି ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ପୂର୍ବତନ ପାଇଲଟ। ଆଗରୁ ମାତ୍ର ଘଣ୍ଟାଏ ମଧ୍ୟରେ ୬ରୁ ୭ଟି ବିମାନ ଲ୍ୟାଣ୍ଡିଂ ଏବଂ ଟେକଅପ୍ କରୁ୍ଥିଲା । ଡେରିରେ ହେଉ ପଛେ ଏଭଳି ସୁବିଧା ଏବେ ଭୁବନେଶ୍ବର ବିମାନ ବନ୍ଦରରେ ମିଳିପାରିବ । ଏଣିକି ବିମାନ ଗୁଡିକ ଜରୁରୀ କାଳୀନ ଅବତରଣ ମଧ୍ୟ କରିପାରିବ ।