ରତନ ଟାଟାଙ୍କ ପାଇଁ କନସର୍ଟ ବନ୍ଦ କଲେ ଦିଲଜିତ, କହିଲେ- ବିଶ୍ଵାସ ହେଉ ନାହିଁ...

Published By : Prameya-News7 Bureau | October 10, 2024 IST

ମୁମ୍ଵାଇ ୧୦।୧୦: ଭାରତର ପ୍ରମୁଖ ଶିଳ୍ପପତି ରତନ ଟାଟା। ତାଙ୍କ ଦେହାନ୍ତ ହେତୁ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ବୁଧବାର ସନ୍ଧ୍ୟାରେ ମୁମ୍ବାଇରେ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ଶିଳ୍ପ ସେବା ସହିତ ସାମାଜିକ ସେବା ପ୍ରତି ତାଙ୍କର ଦୃଢ ପ୍ରତିବଦ୍ଧତା ପାଇଁ ରତନ ଟାଟାଙ୍କ ଦେହାନ୍ତ ଦେଶବ୍ୟାପୀ ଲୋକଙ୍କୁ ଚକିତ କଲା।

ବୁଧବାର ଦିନ ରତନ ଟାଟାଙ୍କ ଦେହାନ୍ତ ଖବର ପାଇବା ପରେ ଲୋକପ୍ରିୟ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ ଜର୍ମାନୀରେ ପରଫର୍ମ କରୁଥିଲେ। ଏହାରି ମଧ୍ୟରେ ସେ ରତନଙ୍କ ଦେହାନ୍ତ ଖବର ପାଇଥିଲେ । ସେ ହଠାତ୍‌ ତାଙ୍କର କନସର୍ଟ ବନ୍ଦ କରି ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଏବଂ ତାଙ୍କ ବିଷୟରେ କଥାବାର୍ତ୍ତା କରିଥିଲେ। କନସର୍ଟ ବନ୍ଦ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦିଲଜିତ କହିଛନ୍ତି, 'ଆପଣ ରତନ ଟାଟା ଜୀ ବିଷୟରେ ସବୁକିଛି ଜାଣିଛନ୍ତି। ତାଙ୍କର ଦେହାନ୍ତ ହୋଇଛି। ଆମ ପାଖରୁ ତାଙ୍କୁ ଏକ ଛୋଟ ଶ୍ରଦ୍ଧାଞ୍ଜଳି । ଆଜି ମୁଁ ତାଙ୍କ ନାମ ନେବା ଜରୁରୀ ବୋଲି ଅନୁଭବ କଲି କାରଣ ସେ ତାଙ୍କ ଜୀବନରେ ସର୍ବଦା ବହୁତ ପରିଶ୍ରମ କରିଥିଲେ ।

ରତନ ଟାଟାଙ୍କ ଜୀବନକୁ ଏକ ପ୍ରେରଣା ଭାବରେ ବର୍ଣ୍ଣନା କରି ଦିଲଜିତ୍ ଆହୁରି କହିଛନ୍ତି, 'ମୁଁ ଆଜି ପର୍ଯ୍ୟନ୍ତ ତାଙ୍କ ବିଷୟରେ ଯେତେ ପଢିଛି ଏବଂ ଶୁଣିଛି, ମୁଁ କେବେବି ସେ କାହା ବିଷୟରେ ଖରାପ କଥା କହି ନାହାନ୍ତି। ତାଙ୍କ ଜୀବନରେ ସେ ସର୍ବଦା କଠିନ ପରିଶ୍ରମ କରିଥିଲେ। ଲୋକଙ୍କ ପାଇଁ ଉପଯୋଗୀ ଥିଲେ ... ଆମେ ତାଙ୍କ ଜୀବନରୁ କିଛି ଶିଖିବା, ତା’ହେଲେ ଆମେ କିଛି କରିପାରିବା

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.