କୁକୁର ପାଳିଲେ ରାହୁଙ୍କ ଖରାପ ନଜରରୁ ରକ୍ଷା ମିଳିଥାଏ କି ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ…

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ ୧୬।୦୯: ରାହୁ-କେତୁ ଏପରି ଗ୍ରହ, ଯାହାଙ୍କ ନାଁ ଶୁଣିବା ମାତ୍ରେ ଲୋକଙ୍କ ମନରେ ଭୟ ଆସିଯାଏ । କାରଣ ଏହି ଗ୍ରହଗୁଡିକୁ ଅଶୁଭ ବିବେଚନା କରାଯାଏ । ଏହି ଗ୍ରହର ପ୍ରଭାବରେ ଲୋକଙ୍କ ଜୀବନ ନଷ୍ଟ ହୋଇଯାଏ । 

ଲୋକଙ୍କ ରାଶିରେ ଯଦି ରାହୁ-କେତୁଙ୍କର ଦୋଷ ରହିଥାଏ ତେବେ ତୁରନ୍ତୁ ଏହାକୁ ସମାଧାନ କରିବାକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଗ୍ରହରେ ସାରା ଜୀବନର ରୋଜଗାର, ସମ୍ମାନ ଏବଂ ସମ୍ପର୍କକୁ କ୍ଷଣିକରେ ନଷ୍ଟ କରି ଦେବାର ଶକ୍ତି ରହିଛି । 

ରାହୁଙ୍କ ପ୍ରଭାବକୁ ଶାନ୍ତ କରିବା ପାଇଁ କିଛି ଲୋକ ଘରେ କୁକୁର ପାଳିଥାନ୍ତି । ଯଦି କୁକୁରଟିର ରଙ୍ଗ କଳା ହୋଇଥାଏ ତେବେ ଏହା ଅଧିକ ଭଲ ହୋଇଥିବା ବିବେଚନା କରାଯାଏ । କଳା କୁକୁର ପାଳିବା ଦ୍ବାରା ଘରୁ ଖରାପ ନଜରୁ ମୁକ୍ତି ମିଳିଥାଏ । 

ଘରେ କୁକୁର ରଖିବା ଦ୍ୱାରା ରାହୁ-କେତୁ ଶାନ୍ତ ହୋଇଥାନ୍ତି ଏବଂ ଭଲ ଫଳାଫଳ ମିଳିଥାଏ । ଯଦି କୁକୁରକୁ ଘରେ ରଖିବା ସମ୍ଭବ ନୁହେଁ, ତେବେ କୁକୁରମାନଙ୍କୁ ରୁଟି ଖାଇବାକୁ ଦିଅନ୍ତୁ । କୁକୁରଙ୍କୁ ଖାଇବାକୁ ଦେବା ଏବଂ ସେବା କରିବା ଦ୍ବାରା ରାହୁ ପ୍ରସନ୍ନ ହୁଅନ୍ତି । 

ବିଶେଷକରି ସେହି ଲୋକମାନେ, ଯେଉଁମାନଙ୍କ ରାଶିରେ ରାହୁ ଅଶୁଭ ସ୍ଥିତିରେ କିମ୍ବା ରାହୁ ମହାଦଶା ଚାଲିଛି ସେ ମାନେ କୁକୁର ପାଳିବା ସହିତ ଖାଇବାକୁ ଦେବା ଉଚିତ୍ । କୁକୁର ରଖିବା ଏବଂ ସେମାନଙ୍କର ସେବା କରିବା ଦ୍ୱାରା ଲୋକମାନେ ରାହୁ ଦୋଶରୁ ମୁକ୍ତି ପାଆନ୍ତି ଏବଂ ଜୀବନର ଅନେକ ଅସୁବିଧାରୁ ମୁକ୍ତି ପାଇଥାନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.