କ’ଣ ଛାଡପତ୍ର ରାଶି ଉପରେ ଲାଗେ କି ଟିକସ ? କ’ଣ ରହିଛି ନିୟମ…

Published By : Prameya-News7 Bureau | February 23, 2025 IST

ନୂଆଦିଲ୍ଲୀ ୨୩।୦୨: ଅଲଗା ହୋଇଛନ୍ତି ୟଜୁବେନ୍ଦ୍ର ଚହଲ-ଧନଶ୍ରୀ । 4 ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଛି ।   ଅଲଗା ହୋଇଛି ଦୁହିଁଙ୍କ ରାସ୍ତା ।   ଚର୍ଚ୍ଚା ହେଉଛି କି ଆଲିମନି ବାବଦକୁ   ଧନଶ୍ରୀ ନେବେ ୬୦ କୋଟି । କିନ୍ତୁ କ’ଣ ଛାଡପତ୍ର ପରେ ମିଳୁଥିବା ଆଲିମନି ଆମାଉଣ୍ଟରେ ଲାଗିଥାଏ ଟ୍ୟାକ୍ସ ? ଯଦି ହଁ, ତେବେ କେତେ ଲାଗିଥାଏ ଟ୍ୟାକ୍ସ ? ଏହାକୁ ନେଇ କଣ ରହିଛି ନିୟମ ? ଆସନ୍ତୁ ଜାଣିବା… 

ଡିଭୋର୍ସ ନେଇଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର୍‌ । ପତ୍ନୀ ଧନଶ୍ରୀଙ୍କ ଠାରୁ ସବୁଦିନ ପାଇଁ  ହୋଇଛନ୍ତି ଅଲଗା। ଫ୍ୟାମିଲ କୋର୍ଟରେ ଉଭୟଙ୍କ ହୋଇଛି ଛାଡପତ୍ର । ତେବେ ଦୀର୍ଘ ଦିନରୁ ଦମ୍ପତ୍ତିଙ୍କ ଛାଡପତ୍ର ନେଇ ହେଉଥିଲା ଚର୍ଚ୍ଚା । ଇନଷ୍ଟାଗ୍ରାମରେ ଉଭୟ ଉଭୟଙ୍କୁ କରିଥିଲେ ଅନଫଲୋ । ଏବେ ଛାଡପତ୍ର ଭିତରେ ଆଲିମନି ପ୍ରାଇସ୍‌କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । କୁହାଯାଉଛି କି ୟଜୁବେନ୍ଦ୍ର ଚହଲ ଧନଶ୍ରୀଙ୍କୁ ଦେବେ ୬୦ କୋଟି ଆଲିମନି । 

ଯଦିଓ ଏହାର ସତ୍ୟତା ଜଣାନାହିଁ, କିନ୍ତୁ ଏହା ମଧ୍ୟରେ ଏକ ପ୍ରଶ୍ନ ଅନେକଙ୍କ ମନରେ ଉଙ୍କି ମାରିଛି । କଣ ଛାଡପତ୍ରରେ ମିଳିଥିବା ଆଲିମନି ଟଙ୍କାରେ ଲାଗିଥାଏ ଟ୍ୟାକ୍ସ ? ଏଥିରେ କେତେ ଟ୍ୟାକ୍ସ ଲାଗିଥାଏ ? ଏହାକୁ ନେଇ କଣ ରହିଛି ନିୟମ ? ଭାରତୀୟ ଆୟକର ଅଧିନିୟମ ଅନୁଯାୟୀ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ରରେ ପତ୍ନୀଙ୍କୁ ମିଳିଥିବା ଆଲିମନି ଟ୍ୟାକ୍ସେବଲ୍‌ ଇନକମ୍‌ ନୁହେଁ । କିନ୍ତୁ କିଛି ବିଶେଷ ପରିସ୍ଥିତିରେ ଆଲିମନି ଟ୍ୟାକ୍ସ ଲଗାଯାଇଥାଏ । ତେବେ ଇନକମ୍‌ ଟ୍ୟାକ୍ସ ଆକ୍ଟରେ ଆଲିମନି ଟ୍ୟାକ୍ସେଶନକୁ ନେଇ ନିୟମ ସ୍ପଷ୍ଟ ନାହିଁ ।

 ଗୋଟିଏ ମାମଲାରେ ବମ୍ବେ ହାଇକୋର୍ଟ କହିଥିଲେ କି ଆଲିମନି ଉପରେ ସ୍ପଷ୍ଟ ନିୟମ କରିବାକୁ ଅନୁରୋଧ କରିଥିଲେ । କୁହାଯାଏ କି ଯଦି ଆଲିମନି ରାଶିକୁ ଏକକାଳୀନ ଦିଆଯାଏ, ତେବେ ଏହା କରମୁକ୍ତ ହୋଇଥାଏ । ଏହି ରାଶିକୁ କ୍ୟାପିଟାଲ୍‌ ରସିଦ୍‌ ବିବେଚନା କରାଯାଏ । ଅର୍ଥାତ୍‌ ଏହାକୁ ଆୟ ଭାବରେ ଗଣାଯାଇପାରିବନି । ଗୋଟିଏ ମାମଲାରେ ବମ୍ବେ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ ଏକକାଳୀନ ମିଳୁଥିବା ଆଲିମନି ଆୟ ନୁହେଁ ବରଂ ଏକ ପୁଞ୍ଜି ସମ୍ପତ୍ତି । 

କିନ୍ତୁ ଛାଡପତ୍ର ପରେ ନିୟମିତ ବ୍ୟବଧାନ ଅର୍ଥାତ୍‌ ପ୍ରତିମାସରେ କିମ୍ବା ବାର୍ଷିକ ମିଳୁଥିବା ଅର୍ଥକୁ ମୂଳଧନ ସମ୍ପତ୍ତି ଭାବରେ ବିବେଚନା କରାଯାଏନି ବରଂ ଆୟ ଭାବରେ ଗଣନା କରାଯାଏ । ଏଥିରେ ଟିକସ ଲାଗିପାରେ । ଏପରି ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ କହିଥିଲେ କି ମାସିକ କିମ୍ବା ବାର୍ଷିକ ଆଲିମନି ମିଳିଲେ ଏହାକୁ ଆୟର ଅନ୍ୟ ଉତ୍ସ ବିବେଚନା କରାଯିବ । ଯାହା ଉପରେ ଟିକସ ଦେବାକୁ ପଡିଥାଏ ବୋଲି ସେ ଦର୍ଶାଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.