ଶିଶୁଙ୍କ ପାଇଁ ବେଶ ଲାଭଦାୟକ, ହାଡ ଓ ମାଂସପେଶୀକୁ ମଜବୁତ କରିବ ଏହି ୫ଟି ତେଲ

Published By : Prameya-News7 Bureau | February 25, 2025 IST

ମୁମ୍ଵାଇ ୨୫।୦୨; ଶିଶୁଙ୍କୁ ତେଲ ମାଲିସ କରିବା ଦ୍ବାରା ସେମାନଙ୍କ ଶରୀରର ବିକାଶ ହେବା ସହ ହାଡ ମଜବୁତ କରେ । ନବଜାତ ଶିଶୁଙ୍କ ଯତ୍ନ ନେବା ପାଇଁ ତେଲ ମାଲିସ ଏକ ଗୁରୁତ୍ବପୂର୍ଣ୍ଣ କାମ । ତେଲ ମାଲିସ ଦ୍ଵାରା ଶିଶୁ ସୁସ୍ଥ ଏବଂ ଶକ୍ତିଶାଳୀ ହୋଇଥାଆନ୍ତି । ତାଙ୍କ ଶରୀରର ଗଠନକୁ ଉନ୍ନତ କରିବାରେ ସାହାଯ୍ୟ କରେ । ତେବେ ବଜାରରେ ଅନେକ ତେଲ ଉପଲବ୍ଧ । ହେଲେ ଶିଶୁଙ୍କ ପାଇଁ କେଉଁ ତେଲ ଲାଭଦାୟକ ଜାଣିଛନ୍ତି କି? 

ସୋୟାବିନ୍ ତେଲ:

ସୋୟାବିନ୍ ତେଲ ଶିଶୁର ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ । ଏହା ହାଡ଼ ଏବଂ ମାଂସପେଶୀକୁ ମଜବୁତ କରେ । ଏହି ତେଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ମାଇକ୍ରୋବାଏଲ୍ ଗୁଣ ମଧ୍ୟ ଅଛି । ଯାହା ଚର୍ମ ସଂକ୍ରମଣକୁ ରୋକିଥାଏ । 

ବାଦାମ ତେଲ

ବାଦାମ ତେଲ ଶିଶୁ ପାଇଁ ସର୍ବୋତ୍ତମ ତେଲ ଭାବରେ ବିବେଚନା କରାଯାଏ । ଏଥିରେ ଭିଟାମିନ୍-ଇ ରହିଛି । ଯାହା ଚର୍ମ ଏବଂ କେଶ ପାଇଁ ବହୁତ ସ୍ବାସ୍ଥ୍ୟକର । ଏହା ବ୍ୟତୀତ ଏହି ତେଲ ମାଲିସ୍ କରିବା ଦ୍ବାରା ପିଲାମାନଙ୍କର କେଶର ବୃଦ୍ଧି ହୁଏ । ସେମାନଙ୍କର ରଙ୍ଗରେ ମଧ୍ୟ ଉଜ୍ଜଳ ହୁଏ । ହାଡ଼କୁ ମଧ୍ୟ ମଜବୁତ କରେ ।

ଅଲିଭ ତେଲ

ଅଲିଭ ତେଲରେ ଓମେଗା-୩ ଫ୍ୟାଟି ଏସିଡ୍ ଭରପୁର ଥାଏ । ଯାହା ଶିଶୁର ଚର୍ମ କୋଷଗୁଡ଼ିକୁ ନିର୍ମାଣ କରିବାରେ ସାହାଯ୍ୟ କରେ । ଏହି ତେଲ ମାଲିସ୍ ହାଡ଼କୁ ମଜବୁତ କରେ। 

ରାଶି ତେଲ

ରାଶି ତେଲ ମାଲିସ କରିବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଏ । ଯାହା ଶିଶୁକୁ ଆକ୍ଟିଭ୍‌ କରିଥାଏ । ରାଶି ତେଲ ମାଲିସ କରିବା ଦ୍ଵାରା ନବଜାତ ଶିଶୁଙ୍କ ଚର୍ମ ସଂକ୍ରମଣର ଆଶଙ୍କା ମଧ୍ୟ ହ୍ରାସ ପାଏ ।

ନଡ଼ିଆ ତେଲ :

ନଡ଼ିଆ ତେଲରେ ଅନେକ ଔଷଧୀୟ ଗୁଣ ରହିଛି । ମାଂସପେଶୀକୁ ମଜବୁତ କରିଥାଏ । ଏଥିରେ ବହୁତ ପୁଷ୍ଟିକର ତତ୍ତ୍ବ ରହିଥାଏ । ଏହାବ୍ୟତୀତ କେଶ ବୃଦ୍ଧି କରିବାରେ ସାହାଯ୍ୟ କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.