ଟ୍ରମ୍ପ ବନ୍ଦ୍ କଲେ ୨.୨ ବିଲିୟନ ପାଣ୍ଠି, କୋର୍ଟକୁ ଘୋଷାଡି ଆଣିଲା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ

Published By : Prameya-News7 Bureau | April 22, 2025 IST

ନୂଆଦିଲ୍ଲୀ ୨୨/୦୪: ତେଜିବାରେ ଲାଗିଛି ଡୋନାଲ୍ଡ ଟ୍ରମ୍ପ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିବାଦ । ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡକୁ ୨.୨ ବିଲିୟନ ଡଲାରର ପାଣ୍ଠି ବନ୍ଦ କରିଦେଇଥିଲେ । ହେଲେ ଏବେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ତାର ଉପଯୁକ୍ତ ଜବାବ୍ ଦେଇଛି । ରାଷ୍ଟ୍ରପତି ଟ୍ରମ୍ପ ସରକାର ବିରୋଧରେ ଏକ ମାମଲା ଦାୟର କରିଛନ୍ତି । 

ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ଗବେଷଣାକୁ ଟାର୍ଗେଟ କରୁଛି। ଟ୍ରମ୍ପ ପ୍ରଶାସନ ପୂର୍ବରୁ ଅନେକ ପ୍ରତିଷ୍ଠିତ ପ୍ରତିଷ୍ଠାନକୁ ପାଣ୍ଠି ବନ୍ଦ କରିସାରିଛି । ଏବେ ଟ୍ରମ୍ପ ପ୍ରଶାସନ ଏବଂ ହାର୍ଭାର୍ଡ ମଧ୍ୟରେ ମାମଲା ବଢ଼ିଯାଇଛି ।

ସୂଚନା ଥାଉକି, ଟ୍ରମ୍ପ ପ୍ରଶାସନ କଲମ୍ବିଆ ଏବଂ ଅନ୍ୟ କିଛି ପ୍ରତିଷ୍ଠାନକୁ ପାଣ୍ଠି ବନ୍ଦ କରିଦେଇଛି। ଏହାର ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କ ଶିକ୍ଷାନୁଷ୍ଠାନରେ ପାଲେଷ୍ଟାଇନ ସମର୍ଥକ ପ୍ରଦର୍ଶନକୁ ନିଷିଦ୍ଧ କରି ନଥିଲେ। ଯେଉଁଥିରେ ଅସନ୍ତୁଷ୍ଟ ହୋଇପଡିଥିଲେ ସରକାର। 

ଟ୍ରମ୍ପ ପ୍ରଶାସନ କହିଛି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କ କ୍ୟାମ୍ପସରେ ୟେହୂଦୀ ବିରୋଧୀ ମନୋଭାବକୁ ରୋକିବାରେ ବିଫଳ ହୋଇଛନ୍ତି । ଇସ୍ରାଏଲର ଗାଜା ଆକ୍ରମଣ ପରେ ପାଲେଷ୍ଟାଇନକୁ ସମର୍ଥନ କରି ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରତିବାଦ ଆରମ୍ଭ ହୋଇଥିଲା । ଏହା ପରେ ସରକାର କହିଥିଲେ ଯେ ଇସ୍ରାଏଲକୁ ସମର୍ଥନ କରିବା ଉଚିତ ନୁହେଁ। 

ସେପଟେ ହାର୍ଭାର୍ଡ ଅଧ୍ୟକ୍ଷ ଆଲାନ୍ ଗାର୍ବର କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ବିଶ୍ୱବିଦ୍ୟାଳୟର ସ୍ୱାଧୀନତାକୁ ସୁରକ୍ଷା ଦେବାର ଆବଶ୍ୟକତା ଦର୍ଶାଇ ଗାର୍ବର ଗତ ସପ୍ତାହରେ ସରକାରଙ୍କ ଦାବି ପାଳନ କରିବାକୁ ମନା କରି ଦେଇଥିଲେ। ଟ୍ରମ୍ପ ପ୍ରଶାସନ ଚାହୁଁଛି ଯେ ହାର୍ଭାର୍ଡ ଏହାର ପ୍ରବେଶ ଏବଂ ନିଯୁକ୍ତି ପଦ୍ଧତିରେ ପରିବର୍ତ୍ତନ ଆଣୁ । ଏହା ସହିତ, ବିଶ୍ୱବିଦ୍ୟାଳୟ ରାଜନୈତିକ ପ୍ରବୃତ୍ତି ଉପରେ ସରକାରୀ ତଦାରଖ ଗ୍ରହଣ କରିବା ଉଚିତ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.