ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାସ୍ତ କରି ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଟ୍ରମ୍ପ କ୍ଷମତାକୁ ଆସିବା ପରେ ଆମେରିକା ପୁଞ୍ଜି ବଜାର ସହିତ ଭାରତୀୟ ସେୟାର ମାର୍କେଟ୍ ଉଚ୍ଛୁଳିଛି । ଏହିର ଭିତରେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ଉପରେ ଟଙ୍କାର ବର୍ଷା ହୋଇଛି । ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଜିତିବାର ୨୪ ଘଣ୍ଟା ନପୁରୁଣୁ ଟେସଲା କମ୍ପାନୀର ୨ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି । ୟୁଏସଏ ସେୟାର ମାର୍କେଟରେ ଟେସଲା ସେୟାର ୧୫ ପ୍ରତିଶତ ବୃଦ୍ଧି ପାଇଛି ।
ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଆମେରିକା ପୁଞ୍ଜି ବଜାର ସବୁଜମୟ ହୋଇଛି । ଡାଉ ଜୋନ୍ସରେ ୧୫୦୮ ଅଙ୍କ ବା ୩.୫୭ ପ୍ରତିଶତ ବୃଦ୍ଧି ହୋଇ ୪୩, ୭୨୯ ଲେଭଲରେ ପହଞ୍ଚିଛି । ସେହିପରି S&P500ରେ ମଧ୍ୟ ସ୍ପିଡ୍ ଧରି ପ୍ରାୟ ୨.୫୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । Nasdaqରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି ପାଇଛି । ଆମେରିକା ସେୟାର ବଜାର ଉଚ୍ଛୁଳିବା ପରେ ପ୍ରାୟ ଅଧିକାଂଶ କମ୍ପାନିର ସେୟାର ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଞ୍ଚିଛି । ଏଲନ ମସ୍କଙ୍କ ଠାରୁ ଜେଫ୍ ବୋଜେସଙ୍କ ଯାଏଁ ସମସ୍ତ ନେଟଓ୍ବର୍ଥ ଖିପ୍ରଗତିରେ ବଢ଼ିଛି ।
ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ସବୁଠୁ ବେଶୀ ଫାଇଦା ଏଲନ ମସ୍କଙ୍କ ଟେସଲା କାମ୍ପାନୀକୁ ଲାଭ ହୋଇଛି । ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ମୁତାବକ, ଏଲନ ମସ୍କଙ୍କ ନେଟଓ୍ବର୍ଥ ୨୬.୬ ଅରବ ଡଲାର ବା ୨୨,୩୨,୬୫ କୋଟି ଟଙ୍କାରୁ ଅଧିକ ବଢ଼ିଛି । ସେୟାର ବଜାର ବୃଦ୍ଧି ସହିତ ଟେସଲା ମାଲିକଙ୍କ ସମ୍ପତ୍ତି ୨୯୦ ଅରବ ଡଲାରରେ ପହଞ୍ଚିଛି ।
ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ସବୁଠୁ ବେଶୀ ଫାଇଦା ଏଲନ୍ ମସ୍କଙ୍କ ଟେସଲା କାମ୍ପାନୀକୁ ହୋଇଛି । ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ମୁତାବକ, ଏଲନ ମସ୍କଙ୍କ ନେଟଓ୍ବର୍ଥ ୨୬.୬ ଅରବ ଡଲାର ବା ୨୨,୩୨,୬୫ କୋଟି ଟଙ୍କାରୁ ଅଧିକ ବଢ଼ିଛି । ସେୟାର ବଜାର ବୃଦ୍ଧି ସହିତ ଟେସଲା ମାଲିକଙ୍କ ସମ୍ପତ୍ତି ୨୯୦ ଅରବ ଡଲାରରେ ପହଞ୍ଚିଛି । ସୂଚନା ଅନୁଯାୟୀ, ୟୁଏସଏ ପୁଞ୍ଜି ବଜାର ଖୋଲିବା ମାତ୍ର ସେୟାର ଟେସଲା ସେୟାର ୨୮୪.୬୭ ଡଲାର ଲେଭଲରେ ଓପନ ହୋଇଥିଲା ଏବଂ ୨୮୯.୫୯ ଡଲାରରେ ପହଞ୍ଚିଥିଲା । ସେୟାର ମାର୍କେଟ୍ ବନ୍ଦ ହେବା ବେଳକୁ ଏଲନ ମସ୍କଙ୍କ ଏହି ଷ୍ଟକ୍ ୧୪.୭୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଆମେରିକା ସେୟାର ବଜାର ପ୍ରଭାବ କେବଳ ଏଲନ୍ ମସ୍କଙ୍କ ଉପରେ ପଡ଼ିନାହିଁ, ବରଂ ୧୦ ବିଲେନିୟର୍ସ କମ୍ପାନୀ ଉପରେ ପଡ଼ିଛି । ଡ୍ରୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଟପ୍ ଟେନ୍ କମ୍ପାନୀର ସେୟାର ଦ୍ରୁତଗତିରେ ବଢ଼ିଛି ।...