ଭୁବନେଶ୍ୱର ୧୧/୦୪: ରାଜଧାନୀ କୋଳଥିଆରେ ଫୁଟିଲା ଗୁଳି । ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଭର୍ତ୍ତି କରାଯାଇଛି । ସ୍ପେଶାଲ କ୍ରାଇମ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧି ଗୋଡ଼ରେ ଦୁଇଟି ଗୁଳି ବାଜିଛି । ଶେଖ ଜାମସେଦ ନିକଟରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗର ସହ ଗୋଟିଏ ମାଉଜର ଜବତ କରାଯାଇଛି ।
ସୂଚନା ଥାଉକି, ନିଶା ମାଫିଆ ନାଁରେ ପୂର୍ବରୁ ଲାଲ ବାଗ, ବାଲିଅନ୍ତା, ବଡ଼ଗଡ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ଗିରଫ ମଧ୍ୟ ହୋଇଥିଲା । ବିଳମ୍ବିତ ରାତିରେ ପୋଖରୀପୁଟରୁ ଖଣ୍ଡଗିରିକୁ ଯାଉଥିବା ବେଳେ ପିଛା କରୁଥିଲା ସ୍ପେଶାଲ କ୍ରାଇମ ୟୁନିଟ୍ । ନିଜକୁ ବଞ୍ଚାଇବାକୁ ଯାଇ ଶେଖ ଜାମସେଦ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସର ପାଲଟା ଜବାବରେ ଅଭିଯୁକ୍ତର ଗୋଡ଼ରେ ଦୁଇଟି ଗୁଳି ବାଜିଛି । ଆହତ ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଛି ଅଭିଯୁକ୍ତ ।