ବାତ୍ୟା ପ୍ରଭାବରେ ଗଞ୍ଜାମ ଉପକୂଳରେ ପ୍ରବଳ ବର୍ଷା, ନିର୍ମାଣ ଚାଲିଛି ଅସ୍ଥାୟୀ ବନ୍ଧ

Published By : Prameya-News7 Bureau | October 22, 2024 IST

ବ୍ରହ୍ମପୁର 22/10 : ବାତ୍ୟା ପ୍ରଭାବରେ ଗଞ୍ଜାମ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ବର୍ଷାଜଳକୁ ଆଖି ଆଗରେ ରଖି  ଶତାଧିକ ମତ୍ସ୍ୟଜୀବୀ  ସମୁଦ୍ର ଏବଂ ମୁହାଣ ମଝିରେ ବାଲିବସ୍ତା ପକାଇ ନଦୀ ବନ୍ଧ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏଭଳି   ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ମାର୍କଣ୍ଡି ସମୁଦ୍ର କୂଳରେ ।

ହଜାର ହଜାର ମତ୍ସ୍ୟଜୀବୀଙ୍କ ପାଇଁ ଜେଟି ନଥିବା ଯୋଗୁଁ ଏଭଳି ଅସ୍ଥାୟୀ ବନ୍ଧ ବାନ୍ଧିଥିବା କୁହାଯାଉଛି।  ଆଗକୁ ବଡ଼ ବର୍ଷା ହେବା ସମ୍ଭାବନା ଥିବାରୁ ବର୍ଷା ଜଳକୁ ସମୁଦ୍ରରେ ନ ଛାଡିବା ପାଇଁ ଏଭଳି ବନ୍ଧ ବନ୍ଧା ଯାଉଥିବା ଜଣା ପଡିଛି।  ଗାଁ ଲୋକେ ନିଜେ ନିଜ ଖର୍ଚ୍ଚରେ ବାଲିବସ୍ତା ସହ ଜେସିବି ସାହାଯ୍ୟ ନେଇ ବନ୍ଧ ବାନ୍ଧୁଥିବା ଦେଖା ଯାଇଛି।  ତେବେ  ପ୍ରାୟ 10ଖଣ୍ଡ ଗାଁର ମସ୍ୟଜୀବୀ ଏଠାକାର ସମୁଦ୍ର ଉପରେ ନିର୍ଭରଶୀଳ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.