ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବ ଓମ୍‌ଫେଡ୍ : ପଶୁ ସମ୍ପଦ ମନ୍ତ୍ରୀ

Published By : Prameya-News7 Bureau | October 22, 2024 IST

ଭୁବନେଶ୍ବର ୨୨।୧୦: ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବ ଓମ୍‌ଫେଡ୍‌ । ଏ ନେଇ ସୂଚନା ଦେଇଛନ୍ତି ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଶ୍ରୀମନ୍ଦିରକୁ ଓମଫେଡ୍ ଘିଅ ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପଶୁ ସମ୍ପଦ ମନ୍ତ୍ରୀ । ଜଗନ୍ନାଥଙ୍କ ପାଇଁ ୧ ଲିଟର ଘିଅ ଦାମ ୫୪୩ ଟଙ୍କାରେ ଦିଆଯିବ । ୧୫ ଲିଟର ଟିଣ ଦିଆଗଲେ ଯାହାର ମୂଲ୍ୟ ୧ ଲିଟର ୫୩୩ ଟଙ୍କାରେ ରହିବ । ଶ୍ରୀମନ୍ଦିର ପ୍ରଶାସନ ଓମଫେଡ୍ ଘିଅ ଦୈନନ୍ଦିନ କାର୍ଯ୍ୟରେ ଲଗାଇବେ । 

ପ୍ରତିଦିନ ୮ରୁ ୧୦ଟନ୍ ଘିଅ ଉତ୍ପାଦନ ହେଉଛି । ଘିଅ  ଦାମ୍ ୭୨୦ ଟଙ୍କା ମାର୍କେଟ୍‌ରେ ଅଛି । ଶୁଦ୍ଧ ଓମଫେଡ୍ ଘିଅ ଶ୍ରୀମନ୍ଦିରରେ ଲାଗିବ । ଜିଲ୍ଲପାଳଙ୍କୁ ଚିଠି କରାଯାଇଛି ସବୁ ମନ୍ଦିରରେ ଶୁଦ୍ଧ ଓମଫେଡ୍ ଘିଅ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.