ଭୁବନେଶ୍ବର ୨୨।୧୦: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି । ଅକ୍ଟୋବର ୨୩ରୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି । ଏଥିସହିତ ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ଜିଲ୍ଲାର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି ।
ସେପଟେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଘୁଞ୍ଚିଲା ଅର୍ଦ୍ଧ ବାର୍ଷିକ ପରୀକ୍ଷା । ସ୍କୁଲ ଛୁଟି ଘୋଷଣା କରାଯାଇଥିବାକୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।
ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖରୁ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଏଥିପାଇଁ ଅଷ୍ଟମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ଅର୍ଦ୍ଧ ବାର୍ଷିକ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଥିବା ହେବାକୁ ଥିବା ପରୀକ୍ଷାକୁ ବିଭାଗ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି । ସେହି ଦିନ ଗୁଡ଼ିକରେ ଥିବା ପରୀକ୍ଷାକୁ ଯଥାକ୍ରମେ ଆସନ୍ତା ୧, ୨ ଓ ୪ ତାରିଖରେ ଅନୁଷ୍ଠିତ ହେବ ।
ଏଥିପାଇଁ ସବୁ ସ୍କୁଲର ପ୍ରଧାନ ଶିକ୍ଷକ ତଥା ଅଭିଭାବକ ମାନଙ୍କୁ ସହଯୋଗ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ପରବର୍ତ୍ତୀ ପରୀକ୍ଷା ସୂଚୀ ବିଭାଗ ପକ୍ଷରୁ ଜଣାଇ ଦିଆଯିବ ।
You Can Read:
‘ଦାନା’ ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି, ପୁରୀ ଅଗ୍ନିଶମ ସେବା କେନ୍ଦ୍ରରେ ମକଡ୍ରିଲ୍