‘ଦାନା’ ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି, ପୁରୀ ଅଗ୍ନିଶମ ସେବା କେନ୍ଦ୍ରରେ ମକଡ୍ରିଲ୍

Published By : Prameya-News7 Bureau | October 22, 2024 IST

ପୁରୀ ୨୨।୧୦: ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ପୁରୀ ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ବିଶେଷ କରି ବାତ୍ୟା ପରବର୍ତ୍ତୀ ସମୟରେ ରାସ୍ତା ଉପରେ ଗଛ କିମ୍ବା ଇଲେକ୍ଟ୍ରି ପୋଲ୍ ଉପୁଡି ପଡିବାର ସମ୍ଭାବନା ଥିବାରୁ ସେଗୁଡ଼ିକ କିଭଳି ତୁରନ୍ତ ସଫା କରାଯାଇ ପାରିବ ସେନେଇ କଟର ମେସିନ ମଧ୍ୟ ମହଜୁଦ ରଖାଯାଇଛି । ଆସ୍କା ଲାଇଟ୍ ସାଙ୍ଗକୁ, ଡାକବାଜି ଯନ୍ତ୍ର ମଧ୍ୟ ମହଜୁଦ ରଖାଯାଇଛି । ସେହିପରି ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକମାନେ ଯେଭଳି ସ୍ନାନ ନକରିବେ ସେନେଇ ସଚେତନ କରାଯାଉଛି । ପୁରୀ ଅଗ୍ନିଶମ ସେବା କେନ୍ଦ୍ରରେ ଅଗ୍ନିଶମ ବିଭାଗର ଅଧିକାରୀ ପ୍ରଭାତ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଏକ ମକଡ୍ରିଲ୍ କରାଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ତୁରନ୍ତ କିଭଳି ରାସ୍ତା କ୍ଲିୟର ହୋଇପାରିବ ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ କିଭଳି ତୁରନ୍ତ ହୋଇପାରିବ ସେନେଇ ମକଡ୍ରିଲ୍ କରାଯାଇଛି । ସେହିପରି ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ମଧ୍ୟ ରଖାଯାଇଛି । ସମୁଦ୍ର ଭିତରକୁ କେହି ନଯିବା ପାଇଁ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନ କରାଯାଉଛି । ତେବେ ଜିଲ୍ଲାରେ ସମୁଦାୟ ୧୨ଟି ଫାୟାର ଷ୍ଟେସନ ଥିବାବେଳେ ସମୁଦାୟ ୧୫ ଟି ଟିମ୍ ଗଠନ ହୋଇଛି । ବାତ୍ୟାକୁ ମୁକାବିଲା କରିବା ପାଇଁ ୨୮ଟି ଆସ୍କା ଲାଇଟ, ୬୮ଟି କଟର ମେସିନ୍, ଗୋଟିଏ ପ୍ଲାଜମା କଟର ସହ ଲୁହା କାଟିବା ପାଇଁ ଚାରୋଟି କମ୍ବି ଟୁଲ୍ସ ରହିଛି । 


You Can Read:

ନିଲମ୍ବିତ ହେଲେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ, ମୃତକଙ୍କ ପରିବାରକୁ ଟଙ୍କା ମାଗିବା ପଡ଼ିଲା ମହାଙ୍ଗା

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.