ନିଲମ୍ବିତ ହେଲେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ, ମୃତକଙ୍କ ପରିବାରକୁ ଟଙ୍କା ମାଗିବା ପଡ଼ିଲା ମହଙ୍ଗା

Published By : Prameya-News7 Bureau | October 22, 2024 IST

ବରଗଡ଼ ୨୨।୧୦: ବିବାଦ ପରେ ଚାକିରି ହରାଇଲେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ l କିଛିଦିନ ତଳେ ଜଣେ ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ୩ ହଜାର ଟଙ୍କା ଆଣି ନିଜ ପେଶାରେ କଳାଦାଗ ବୋଲି ବିବାଦ ଘେରକୁ ଆସିଥିଲେ l ପେଶାରେ ସେ ସ୍ୱାସ୍ଥ୍ୟ ବିଭାଗର ମହାପ୍ରୟାଣ ଗାଡିର ଡ୍ରାଇଭର ଭାବରେ କାମ କରନ୍ତି । 

କିଛି ଦିନ ତଳେ ମହାପ୍ରୟାଣ ଗାଡି ଭଡା ବାବଦକୁ ଗାଇସିଲାଟ ବ୍ଲକ ଅଞ୍ଚଳର ଜଣେ ମୃତକଙ୍କ ପରିବାର ଠାରୁ ୩ ହଜାର ଟଙ୍କା ଲାଞ୍ଚ ଆଣିଥିଲେ । ତାକୁ ନେଇ ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାରଣ ଦର୍ଶାଅ ନୋଟିସ୍ ଜାରି କରି ଏହାସହ ଅଭିଯୋଗର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିବାକୁ ଜିଲ୍ଲାପାଳଙ୍କ ଅନୁମତି ଲୋଡାଯାଇଥିଲା l ତଦନ୍ତ ପରେ ହୃଷିକେଶ ଭୋଇ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ   ଚାକିରିରୁ ନିଲମ୍ବନ କରାଯାଇଥିବା ନେଇ  ବରଗଡ ସିଡ଼ିଏମଓ ନିରୁପମା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି l ଅନ୍ୟପଟେ ଏନେଇ  ହୃଷିକେଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l

You Can Read:

କେନ୍ଦ୍ରାପଡ଼ାରୁ ଭଦ୍ରକ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ‘ଦାନା’, ପବନର ବେଗ ୧୦୦ରୁ ୧୨୦କି.ମି. ସମ୍ଭାବନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.