ଭୁବନେଶ୍ୱର ୦୮।୦୧ : ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲା । ଦ୍ବିତୀୟ ଦିନରେ ବି ରେଡ୍ କରୁଛି ଆୟକର ବିଭାଗ । ଏକାଧିକ ସ୍ଥାନରେ ଚଢାଉ ଜାରି ରଖିଛି ଆୟକର ବିଭାଗ ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ଠକ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତିଙ୍କ ଘରେ ଆୟକର ଟିମ୍ ପକ୍ଷରୁ ଚଢାଉ ହୋଇଥିଲା । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା ଆୟକର ଟିମ୍ । ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର,ଦିଲ୍ଲୀ, ଝାଡଖଣ୍ଡରେ ଥିବା ଘର ଏବଂ ଅଫିସ ରହିଥିଲା। ହଂସିତା ଅଭିଲିପ୍ସାଙ୍କ ଦିଲ୍ଲୀରେ ଥିବା ଢାବା ଆଣ୍ଡ ବାରରେ ମଧ୍ୟ ଚଢାଉ ଚାଲିଥିଲା । ଏହାବ୍ୟତୀତ ଅନିଲଙ୍କ ନୟାପଲ୍ଲୀ ସ୍ଥିତ ପୈତୃକ ଘର, ମଞ୍ଚେଶ୍ବରରେ ଥିବା ଅଫିସ ,ଏମ୍ସ୍ ନିକଟରେ ଥିବା ପତ୍ନୀଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା। ତେବେ ବୁଧବାର ଦିନ ମଧ୍ୟ ୨ୟ ଦିନରେ ଚଢାଉ ଜାରି ରଖିଛି ଆୟକର ବିଭାଗ । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଟିମ୍ ।
ସୂଚନାଯୋଗ୍ୟ ଯେ, ପୂର୍ବତନ ଏମ୍ପି ତଥା ଏକ ବଡ଼ ଏନ୍ଜିଓ ସଂସ୍ଥା ମାଲିକ ମଧ୍ୟ ହଂସିକାଙ୍କ ଶିକାର ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଝିଅ ଓ ଜ୍ୱାଇଁ ଭାବି ଏନ୍ଜିଓ ସଂସ୍ଥା ମାଲିକ ହଂସିକା ଓ ଅନିଲଙ୍କୁ ଆତିଥ୍ୟ ଦେଇଥିଲେ। ଏନ୍ଜିଓ ସଂସ୍ଥାକୁ ୫୦କୋଟି ଡୋନେସନ୍ କରାଇ ଦେବାକୁ କହିଥିଲେ ହଂସିକା। କିଛିଦିନ ପରେ ଡୋନେସନ୍ କରାଇ ଦେଇଥିଲେ । ସେଥିପାଇଁ ହଂସିକା ୨୦% କମିଶନ ମାଗିଥିଲେ । ହେଲେ ଏନ୍ଜିଓ ସଂସ୍ଥା ମାଲିକ ମନା କରିଥିଲେ । ହଂସିକା ତାଙ୍କୁ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍ମେଲିଂ କରିଥିଲେ। ଉପାୟ ନପାଇ ଏନ୍ଜିଓ ସଂସ୍ଥା ମାଲିକଙ୍କ କର୍ମଚାରୀ ଏତଲା ଦେଇଥିଲେ। ଏହାପରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିଲା।