ନୂଆଦିଲ୍ଲୀ ୦୩।୦୧; ଚିଲିରେ ବଡ ଧରଣର ଭୂକମ୍ପ । କେଲାମା ନିକଟସ୍ଥ ଏଣ୍ଟୋଫାଗାସ୍ତା ଅଞ୍ଚଳରେ ଜାନୁଆରୀ ୩ରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ବିଷୟରେ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ସୂଚନା ଦେଇଛି । ରିପୋର୍ଟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ କେଲାମାରୁ ୮୪ କିଲୋମିଟର ଉତ୍ତର-ପଶ୍ଚିମ ଏବଂ ପୃଥିବୀ ପୃଷ୍ଠରୁ ୧୦୪ କିଲୋମିଟର ଗଭୀରରେ ଥିଲା। ଏପର୍ଯ୍ୟନ୍ତ ସେଠାରେ କୌଣସି କ୍ଷୟକ୍ଷତି ହେବାର ଖବର ଆସିନାହିଁ।
ଚିଲିରେ ଅନୁଭୂତ ହୋଇଥିବା ଭୂକମ୍ପ ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ୬.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଦ୍ଵାରା ପ୍ରତ୍ୟେକ ଘରେ କିପରି କମ୍ପିତ ହୋଇଛି । ତାହା ସ୍ପଷ୍ଟ ଭାବରେ ଦେଖାଯାଉଛି। ଟେକ୍ଟୋନିକ୍ ପ୍ଲେଟଗୁଡିକର ଧକ୍କା ହେତୁ କମ୍ପନ ।