ଭୂମିକମ୍ପରେ ଥରିଲା ତାଇୱାନ; ରିକ୍ଟର ସ୍କେଲରେ ତୀବ୍ରତା ୬.୪ ରେକର୍ଡ, ୧୫ ଆହତ

Published By : Prameya-News7 Bureau | January 21, 2025 IST

ଭୂକମ୍ପରେ ଥରିଲା ତାଇୱାନ । ଜାନୁଆରୀ ୨୧ ମଙ୍ଗଳବାର ସକାଳେ, ଭାରତୀୟ ସମୟ ପ୍ରାୟ ୧.୩୦ ସମୟରେ ତାଇୱାନରେ ଏକ ଭୂକମ୍ପ ହୋଇଥିଲା। ତାଇୱାନର ଦକ୍ଷିଣ ଅଞ୍ଚଳରେ ଭୂକମ୍ପ କମ୍ପନ ଘଟିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏହି ଭୂକମ୍ପକୁ ନିଶ୍ଚିତ କରି କହିଛି ଯେ ତାଇୱାନରେ ହୋଇଥିବା ଭୂକମ୍ପରେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ତୀବ୍ରତା ୬.୪ ଥିଲା ।


ତାଇୱାନର ୟୁଜିଙ୍ଗ ସହରଠାରୁ ୧୨ କିଲୋମିଟର ଉତ୍ତରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦେଖିବାକୁ ମିଳିଥିଲା। ତାଇୱାନ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ସେପଟେ ୬ ଜଣ ଆହତ ଅଛନ୍ତି । ଯେଉଁମାନେ ତାଇନାନ ସହରର ନାନକ୍ସି ଜିଲ୍ଲାରେ ଭୂକମ୍ପରେ ନଷ୍ଟ ହୋଇଥିବା ଘରର ମାଟିରେ ପୋତି ହୋଇଯାଇଥିଲା । ଭୂକମ୍ପ ଯୋଗୁଁ ରାଜ୍ୟ ରାଜପଥରେ ଥିବା ଝୁବେଇ ବ୍ରିଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।  କିନ୍ତୁ କୌଣସି ମୃତ୍ୟୁ ଖବର ଆସିନାହିଁ।

ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୨୦୨୩ ରେ ତାଇୱାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ହୁଆଲିଏନ୍ ସହରରେ ପ୍ରାୟ ୭.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ୧୩ ଜଣ ପ୍ରାଣ ହରାଇଥିଲେ । ଏକ ହଜାରରୁ ଅଧିକ ଆହତ ହୋଇଥିଲେ। ତାଇୱାନ ଦେଶ ପ୍ରଶାନ୍ତ ମହାସାଗରରେ ରିଙ୍ଗ ଅଫ୍ ଫାୟାରରେ ଅବସ୍ଥିତ, ତେଣୁ ଏହି ଦେଶରେ ବାରମ୍ବାର ଭୂକମ୍ପ ଘଟିଥାଏ । ତାଇୱାନ ଦୁଇଟି ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ଅବସ୍ଥିତ ଥିବାରୁ ଏହା ଭୂକମ୍ପର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳରେ। ୨୦୧୬ରେ ତାଇୱାନରେ ଘଟିଥିବା ଭୂକମ୍ପରେ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। 

ଭୂକମ୍ପରେ ଥରିଲା ଚୀନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୦

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.