ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ରିକ୍ଟର ସ୍କେଲରେ ତୀବ୍ରତା ୫.୯

Published By : Prameya-News7 Bureau | March 12, 2025 IST

ମମ୍ଵାଇ ୧୨।୦୩; ପୁଣି ଥରେ ଭୂକମ୍ପରେ ଥରିଲା ଆଣ୍ଡାମାନ ଦ୍ୱୀପପୁଞ୍ଜ। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ରେ ମାପ କରାଯାଇଛି। ବଙ୍ଗୋପସାଗରରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ବଙ୍ଗୋପସାଗରରେ ଘଟିଥିବା ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୫.୬ ମାପ କରାଯାଇଥିଲା।

ସମୁଦ୍ର ତଳେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦେଖିବାକୁ ମିଳିଥିଲା। ଯଦିଓ ଉଭୟ ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ। ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଜାତୀୟ ଭୂକମ୍ପ କେନ୍ଦ୍ର ଭୂକମ୍ପକୁ ନିଶ୍ଚିତ କରିଛି ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

ଗତକାଲି ଗୁଜୁରାଟରେ ଦୁଇଥର ଭୂକମ୍ପ ଘଟିଥିଲା

କହିବାକୁ ଗଲେ ଗତକାଲି ମଧ୍ୟ ଭାରତରେ ଭୂକମ୍ପ ହୋଇଥିଲା। ଗୁଜୁରାଟର କୁଚ୍ ଜିଲ୍ଲାରେ ଦୁଇଥର ଭୂକମ୍ପରେ କମ୍ପନ ଘଟିଛି। ମଙ୍ଗଳବାର ସକାଳ ୧୧.୧୨ରେ କଚ୍ଛ ଜିଲ୍ଲାରେ ଏକ ଭୂକମ୍ପ ଘଟିଥିଲା ଯାହା ଗାନ୍ଧିନଗରରେ ଅବସ୍ଥିତ ଭୂକମ୍ପ ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ୱାରା ନିଶ୍ଚିତ କରାଯାଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୩ ମାପ କରାଯାଇଥିଲା । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.