ନୂଆଦିଲ୍ଲୀ ୧୨/୦୩: ପାକିସ୍ତାନରେ ଟ୍ରେନ୍ ହାଇଜାକ୍ ପରେ ବଲୁଚିସ୍ତାନର ସେନା ବନ୍ଦୀ ସୈନିକଙ୍କ ଲିଷ୍ଟ ଜାରି କରିଛି । ଯେଉଁଥିରେ ୧୮୦ ବନ୍ଧକ ସୈନିକ ମଧ୍ୟରେ ଜଣେ ମେଜର ରାଙ୍କର ଅଧିକାରୀଙ୍କ ନାଁ ମଧ୍ୟ ସାମିଲ ଅଛି । BLA ଅନୁଯାୟୀ, ଅଧିକାଂଶ ସୈନିକ ଜାଫର ଏକ୍ସପ୍ରେସର ଇକୋନୋମିକ ବର୍ଥରେ ଯାତ୍ରା କରୁଥିଲେ ।
ସେମାନଙ୍କ ମଧ୍ୟରେ ଜଣେ ମେଜର ଅଧିକାରୀ ତାଙ୍କ ପତ୍ନୀଙ୍କ ସହ ତୃତୀୟ ଏସି ବଗିରେ ଯାତ୍ରା କରୁଥିଲେ । ସେନାଙ୍କ ସହ ତାଙ୍କୁ ମଧ୍ୟ ବନ୍ଦୀ କରି ରଖାଯାଇଛି । ଏହି ବନ୍ଧକ ମେଜରଙ୍କ ନାଁ ହେଉଛି ଅହସାନ ଜାବିଦ । BLA ଯେଉଁ ଯେଉଁ ସୈନିକଙ୍କୁ ବନ୍ଦୀ କରିରଖିଛନ୍ତି ସେମାନଙ୍କ ଫୋନ ନମ୍ୱର ମଧ୍ୟ ଜାରି କରିଛି । ଏହା ସହ ପାକିସ୍ତାନୀ ସେନାକୁ ନିଜ ଦାବି ମଧ୍ୟ ରଖିଛି ।
ଅନ୍ୟପଟେ ଟ୍ରେନ୍ ଅପହରଣ ନେଇ ପାକିସ୍ତାନୀ ସେନାଙ୍କୁ ସବୁଆଡୁ ସମାଲୋଚନାର ସାମ୍ନା କରିବାକୁ ପଡୁଛି । ବନ୍ଦୀ ମେଜରଙ୍କ ନାଁ ସାମ୍ନାକୁ ଆସିବା ପରେ ସେନା ପଛକୁ ହଟିଯାଇଛି ।
also read...
ପାକିସ୍ତାନରେ ଟ୍ରେନ୍ ଅପହରଣ ପରେ ୧୦୪ ବନ୍ଧକଙ୍କୁ ଛାଡିଲେ, BLA କହିଲା ୩୦ ସୈନ୍ୟଙ୍କୁ ମାରିଛୁ
ସୂଚନା ଥାଉକି, ପାକିସ୍ତାନ ଟ୍ରେନ ହାଇଜାକ୍ ଘଟଣାରେ ଜାଫର ଏକ୍ସପ୍ରେସରୁ ୧୫୫ ଜଣ ପଣବନ୍ଦୀଙ୍କୁ ମୁକୁଳା ଯାଇଥିବା ସୂଚନା ମିଳିଛି। ମୁକୁଳିଥିବା ପଣବନ୍ଦୀଙ୍କ ମଧ୍ୟରୁ ଅନେକ ମହିଳା ଓ ଅନେକ ଶିଶୁ ଅଛନ୍ତି ।
ଗତକାଲି ଜାଫର ଏକ୍ସପ୍ରେସ ଟ୍ରେନରୁ ଅପହରଣ କରିଥିଲେ ଆତଙ୍କବାଦୀ। ଟ୍ରେନଟି କ୍ୱେଟାରୁ ପେଶାୱର ଯାଉଥିବା ବେଳେ ବେଲୁଚି ଲିବରେସନ ଆର୍ମିର ଆତଙ୍କବାଦୀ ହାଇଜାକ୍ କରିଥିଲେ। ଟ୍ରେନକୁ ଟନେଲ ନମ୍ବର ୮ ପାଖରେ ବାଲୋଚ ଲିବରେସନ ଆର୍ମିର ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କୀ ଅଟକାଇଥିଲେ। ଏଥିସହ ୧୫୫ ଜଣ ପଣବନ୍ଦୀଙ୍କୁ ମୁକୁଳା ଯାଇଥିବା ଜଣାଯାଇଛି।
ବନ୍ଧକଙ୍କୁ ଛାଡିବାକୁ ପାକକୁ ୪୮ ଘଣ୍ଟାର ଅଲଟିମେଟମ ଦେଇଥିଲା ବଲୁଚ ଲିବରେସନ ଆର୍ମି। ନହେଲେ ବନ୍ଧକଙ୍କୁ ମାରିଦେବାକୁ ଧମକ ଦେଇଥିଲା ବଲୁଚ ଲିବରେସନ ଆର୍ମି। ଅନ୍ୟପକ୍ଷରେ ବେଲୁଚି ଲିବରେସନ ଆର୍ମି ୩୦ ପାକ୍ ଯବାନଙ୍କୁ ହତ୍ୟା କରିଥିବା ଦାବି କରିଛି।