ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଜାରି ଭୋଟିଂ ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମହାରାଷ୍ଟ୍ର ବିଟ୍କଏନ୍ ମାମଲାରେ ଜଡ଼ିତ ଗୌରବ ମେହତାଙ୍କ ଘରେ ଚଢଉ କରିଛି । ଗୌରବଙ୍କ ଛତିଶଗଡ଼ ସ୍ଥିତ ଘରେ ବୁଧବାର ଇଡି ଅଧିକାରୀ ଚଢଉ କରିଛନ୍ତି । ମନି ଲଣ୍ଡ୍ରିଂ ମାମଲାରେ ଜାରି ତଦନ୍ତରେ ଏହି ଚଢଉ କରାଯାଇଛି । ସୂତ୍ର ଅନୁସାରେ ଛତିଶଗଡ଼ ରାଜଧାନୀ ରାୟପୁରରେ ମେହତାଙ୍କ ଘରେ ପିଏମ୍ଏଲ୍ଏ ଅଧିନରେ ଚଢଉ କରାଯାଇଛି ।
ଏନସିପି (ଶରଦ ପାୱାର) ନେତା ଏବଂ ବାରାମତୀକୁ ସାଂସଦ ସୁପ୍ରିୟା ସୁଲେ ଏବଂ କଂଗ୍ରେସ ନେତା ନାନା ପଟୋଲେ ଚଳିତ ନିର୍ବାଚନରେ ବେଆଇନ ଭାବେ ବିଟ୍କଏନ ବ୍ୟବହାର କରିଥିବା ବିଜେପି ଅଭିଯୋଗ କରିଛି । ବିଜେପି ନେତା ଏକ ରେକର୍ଡିଂ ଶୁଣାଇଛନ୍ତି, ଯେଉଁଥିରେ ସୁପ୍ରିୟା ସୁଲେ କଥା ହେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସୁଲେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ସୂତ୍ର ଅନୁସାରେ ଇଡି ମେହତା ଏବଂ ଅନ୍ୟ କିଛି ଲୋକଙ୍କ ଭୂମିକା ତଦନ୍ତ କରୁଛି, ଯେଉଁମାନେ ନିରୀହ ଲୋକଙ୍କଠାରୁ ବିଟ୍କଏନ୍ ରୂପେ ମୋଟା ରାଶି (୨୦୧୭ରେ ଯାହାର ମୂଲ୍ୟ ୬୬୦୦ କୋଟି ଟଙ୍କା ଥିଲା) ଆଦାୟ କରାଯାଇଥିଲା । ସେମାନଙ୍କଠାରୁ ବିଟ୍କଏନ ରୂପେ ୧୦ ପ୍ରତିଶତ ମାସିକ ରିଟର୍ଣ୍ଣର ମିଛ ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ମାମଲା ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ରୁଜୁ ଏଫଆଇଆର୍ ସହ ଜଡ଼ିତ ରହିଛି ।