ପାନପୋଷ ଫରେଷ୍ଟ ରେଞ୍ଜରୁ ହାତୀର ମୃତଦେହ ଠାବ, ବିଦ୍ୟୁତ ଆଘାତରେ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | September 10, 2024 IST

ରାଉରକେଲା ୧୦।୯: ପାନପୋଷ ଫରେଷ୍ଟ ରେଞ୍ଜ ଲାଠିକଟା ବ୍ଲକ୍ ନୂଆଗାଁ ନିକଟରେ ହାତୀର ମୃତଦେହ ଠାବ । ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ।

ସୂଚନାଯୋଗ୍ୟ ଯେ, ରାଉରକେଲା ପାନପୋଷ ଫରେଷ୍ଟ ରେଞ୍ଜ ଲାଠିକଟା ବ୍ଲକ୍ ନୂଆଗାଁ ଅଞ୍ଚଳରୁ ମିଳିଛି ହାତୀର ମୃତଦେହ । ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ ମାଈ ହାତୀର ବୟସ ୧୦ରୁ ୧୨ ବର୍ଷ ହେବ ବୋଲି କୁହାଯାଉଛି । 

ତେବେ ଇଟାଭାଟିକୁ ବେଆଇନ ଭାବରେ ଯାଇଥିଲା ବିଦ୍ୟୁତ ତାର ସସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି ।ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ବାୟାପଡା ଘାଟିରେ ପୁଣି ଭୁସ୍ଖଳନ, ୧୮ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.