ଦେବଗଡ଼ ୧୮।୦୨ : ବିଦ୍ୟୁତ ଆଘାତରେ ଦନ୍ତା ମୃତ । ଦେବଗଡ଼ ଫରେଷ୍ଟ ଡିଭିଜିନ୍ ରିଆମାଳ ରେଞ୍ଜ କୁଣ୍ଡେଇଗୋଳା ଷ୍ଟେସନ୍ ଅନ୍ତର୍ଗତ ଗରିଆପାଲି ଗାଁରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଦେବଗଡ଼ ଫରେଷ୍ଟ ଡିଭିଜନ୍ ରିଆମାଳ ରେଞ୍ଜ ଗରିଆପାଲି ଗାଁରେ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଗ୍ରାମବାସୀମାନେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ତେବେ ହାତୀ ମୃତଦେହ ନିକଟରେ ବାର୍ହା ଶୀକାର ପାଇଁ ବିଛାଯାଇଥିବା ଆବଶ୍ୟକ ବିଦ୍ୟୁତ ସରଞ୍ଜାମ ପଡିଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ହାତୀଟି ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ବହୁ ଦିନ ହେଲା ସଂପୃକ୍ତ ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ଦନ୍ତାଟି ରହୁଥିଲା । ସୋମବାର ବିଳମ୍ବିତ ରାତିରେ ହାତୀଟି ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।