ଡେବ୍ରିଗଡରେ ଘେରାବନ୍ଦୀରେ ଥିବା ହାତୀ ଖରସେଲ୍‌ର ମୃତ୍ୟୁ, ସୂଚନା ଦେଲେ ଡିଏଫ୍ଓ

Published By : Prameya-News7 Bureau | September 03, 2024 IST

ସମ୍ବଲପୁର୩/୯: ଡେବ୍ରିଗଡ ଅଭୟାରଣ୍ୟରେ ଅନେକ ବର୍ଷ ଧରି ଘେରାବନ୍ଦୀରେ ଥିବା ହାତୀ ଖରସେଲ୍‌ର ମୃତ୍ୟୁ ହୋଇଛି । ବୟସାଧିକ କାରଣରୁ ଖରସେଲର ମୃତ୍ୟୁ ହୋଇଥିବା କହିଛନ୍ତି ଡେବ୍ରିଗଡ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ । ଖରସେଲ୍‌ର ବୟସ ୬୫ ବର୍ଷରୁ ଅଧିକ ଥିଲା । ପ୍ରାୟ ୫ରୁ ୬ ମାସ ହେବ ହାତୀର ଗତିବିଧି ମନ୍ଥର ହୋଇଯାଇଥିଲା । ଠିକ୍‌ରେ ଚଳପ୍ରଚଳ କରୁନଥିଲା କି ଖାଇବା ପିଇବା କରୁନଥିଲା । ଖରସେଲକୁ ୧୯୯୮ରେ ବଲାଙ୍ଗୀର ଖରସେଲ୍‌ ଜଙ୍ଗଲରୁ ଟ୍ରାଙ୍କୁଲାଇଜ କରି ଡେବ୍ରିଗଡକୁ ଅଣାଯାଇଥିଲା । ସେହି ଜଙ୍ଗଲରେ ଅନେକଙ୍କୁ ଆକ୍ରମଣ କରି ଜୀବନ ନେଇଥିଲା ଖରସେଲ୍‌। 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.