ରାଜଧାନୀରେ ପଶିଲା ହାତୀ, କାଜୁ ଜଙ୍ଗଲରେ ବୁଲୁଛି ଦନ୍ତା

Published By : Prameya-News7 Bureau | March 11, 2025 IST

ଭୁବନେଶ୍ୱର ୧୧/୦୩: ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ୱର ଏମ୍‌ସ ନିକଟରେ ହାତୀକୁ ଦେଖିବାକୁ ମିଳିଛି । ଏମ୍‌ସ ନିକଟରେ ଥିବା କାଜୁ ଜଙ୍ଗଲରେ ହାତୀ ପଶିଛି । ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ହାତୀଠୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । 


ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି  । ହାତୀକୁ ଦେଖି ଲୋକେ ଭୟଭୀବ ଅବସ୍ଥାରେ ଅଛନ୍ତି । ହାତୀଟି ଜନବସତିକୁ ପଶି ଆସୁଥିବାରୁ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି ଲୋକେ ।  କାଳେ କାହାକୁ ଆକ୍ରମଣ କରିବ ସେ ନେଇ ଚିନ୍ତାରେ ଲୋକେ । ତେବେ ବନ ବିଭାଗ ଓ ଗ୍ରାମବାସୀଙ୍କ ପକ୍ଷରୁ ମିଳିତ ଭାବେ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଚାଲିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.