ସମ୍ବଲପୁରର ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ

Published By : Prameya-News7 Bureau | August 20, 2025 IST

ସମ୍ବଲପୁର ୨୦।୮: ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ ।

ସୂଚନାଯୋଗ୍ୟ ଯେ, ପଦ୍ମଶ୍ରୀ ବିନୋଦ ପଶାୟତ ବଲାଙ୍ଗିର ଜିଲ୍ଲା କୁସମେଲ ଗାଁରେ ୧୯୩୫ ମସିହା ଡିସେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ସମ୍ବଲପୁରୀ ଭାଷା ସାହିତ୍ୟରେ ଅନେକ ଗୀତ ଓ ନାଟକ ରଚନା କରିଛନ୍ତି l ୨୦୨୩ ମସିହା ଜାନୁଆରୀ ମାସରେ ଗୀତିନାଟ୍ୟ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ କେନ୍ଦ୍ର ସରକାର । କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ସମ୍ମାନିତ କରାଯାଇଥିଲା l

ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ବିନୋଦ ପଶାୟତ । ବୁଧବାର ସକାଳୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଛି । ପ୍ରୋଷ୍ଟେଟ୍ କ୍ୟାନସର ରୋଗରେ ପୀଡ଼ିତ ଥିଲେ ପଦ୍ମଶ୍ରୀ ପଶାୟତ ।

You Can Read:

ନାବାଳିକାଙ୍କୁ ନିର୍ଯାତନା ଘଟଣା : ଅଭିଯୁକ୍ତ SI ଗିରଫ, ୪ ମାସ ହେଲା ସ୍ଥାନ ଓ ବେଶ ବଦଳାଇ ଥିଲା ଫେରାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.