ସୁଟିଂ ସେଟ୍‌ରେ ଆହତ ହେଲେ ଇମ୍ରାନ ହାସମି, ସାମ୍ନାକୁ ଆସିଲା ଫଟୋ

Published By : Prameya-News7 Bureau | October 08, 2024 IST

ମୁମ୍ଵାଇ ୦୮।୧୦; ବଲିଉଡ ଅଭିନେତା ଇମ୍ରାନ ହାସମି। ବର୍ତ୍ତମାନ ତାଙ୍କ ସହ ଏକ ବଡ ଦୁର୍ଘଟଣା ଘଟିଛି। ଅଭିନେତା ତାଙ୍କ ଫିଲ୍ମ 'ଗୁଡାଚାରି ୨' ପାଇଁ ସୁଟିଂ କରୁଥିଲେ । ଏଥିରେ ସେ ଆହତ ହୋଇଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ବାଇରାଲ ହେବାରେ ଲାଗିଛି ।

ଅଭିନେତା ଇମ୍ରାନ ହାସମିଙ୍କ ସହ ଫିଲ୍ମର ସେଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୁଟିଂ ସମୟରେ ଅଭିନେତାଙ୍କ ବେକରେ ଆଘାତ ଲାଗିଛି। ଅଭିନେତାଙ୍କୁ ତୁରନ୍ତ ଫାଷ୍ଟ ଏଡ୍‌ କିଟ୍ ଦିଆଯାଇଥିଲା । ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଇମ୍ରାନଙ୍କ ବେକରେ କଟା ଦାଗ ଦେଖାଯାଉଛି । 'ଭାଇରାଲ ଭୟାନି' ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ଇମ୍ରାନଙ୍କ ଆଘାତ ଦୃଶ୍ୟମାନ ହେଉଛି। ଇମ୍ରାନ ଏକ ଆକ୍ସନ୍ ସିନ କରୁଥିବାବେଳେ ଏହି ଆଘାତ ପାଇଥିଲେ। 

ଇମ୍ରାନ ଦ୍ୱିତୀୟ ଥର ତେଲୁଗୁ ଚଳଚ୍ଚିତ୍ରରେ କାମ କରୁଛନ୍ତି

ଅଜି ଫିଲ୍ମ ପରେ ଏହା ହେଉଛି ଅଭିନେତାଙ୍କର ଦ୍ୱିତୀୟ ତେଲୁଗୁ ଚଳଚ୍ଚିତ୍ର । ଏହି ଫିଲ୍ମରେ ତାଙ୍କ ସହ ସାଉଥ ସୁପରଷ୍ଟାର ଅଦିବି ସେଶ ମଧ୍ୟ ନଜର ଆସିଛନ୍ତି। ଅଦିବି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଫିଲ୍ମରେ ଇମ୍ରାନ ଖାନଙ୍କୁ ସ୍ୱାଗତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.