ଇଂଲଣ୍ଡକୁ ଲାଗିଲା ବଡ ଝଟକା, ବର୍ଷକ ପାଇଁ ଟିମ୍‌ରୁ ବାହାର ହେଲେ ମାର୍କ ଉଡ୍‌, ଜାଣନ୍ତୁ ଏହା ପଛର କାରଣ କଣ ?

Published By : Prameya-News7 Bureau | September 07, 2024 IST

ନୂଆଦିଲ୍ଲୀ ୦୭।୦୯: ଇଂଲଣ୍ଡ କ୍ରିକେଟ ଟିମ୍‌ ପାଇଁ ଖରାପ ଖବର । ଘାଟାରେ ପଡିପାରେ ଇଂଲିଶ ଟିମ୍‌ । ଖାସ୍‌ କରି ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଓ୍ବିଣ୍ଟର ଟେଷ୍ଟ ମ୍ୟାଚ୍‌ରେ ହୋଇପାରେ ଅସୁବିଧା । ବାସ୍ତବରେ ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ୍‌ । ୧ ବର୍ଷ ପାଇଁ ହୋଇଛନ୍ତି ଟିମ୍‌ରୁ ବାହାର । ତେବେ ଏହାପଛର କାରଣ ହେଉଛି ମାର୍କ ଉଡ୍‌ ହୋଇଛନ୍ତି ଗମ୍ଭୀର ଆଘାତର ଶିକାର । ଏହି କାରଣରୁ ମାର୍କ ଉଡ୍‌ ୧ ବର୍ଷ ପାଇଁ ଟିମ୍‌ରୁ ହୋଇଛନ୍ତି ବାହାର । ତେବେ ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ସୂଚନା ଦେଇଛି  । ବୋର୍ଡ କହିଛି କି ଉଡଙ୍କର ଡାହାଣ ହାତର କହୁଣୀ ହାଡରେ ଆଘାତ ଲାଗିଛି । ଯାହାର ସ୍ପଷ୍ଟତା ମେଡିକାଲ ସ୍କାନ ଦ୍ୱାରା କରାଯାଇଛି । 
 ଇସିବି୍ ନିଜ ବିବୃତ୍ତିରେ କହିଛି କି ମାର୍କ ଉଡ୍‌ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ ସମୟରେ କହୁଣିରେ କଷ୍ଟ ଅନୁଭବ କରିଥିଲେ । ଇସିବି କହିଛି କି "ଡାହାଣ କାନ୍ଧରେ ଆଘାତ ହେତୁ ମାର୍କ ଉଡଙ୍କୁ ଚଳିତ ବର୍ଷର ଅବଶିଷ୍ଟ ମ୍ୟାଚରେ ଭାଗ ନେବାକୁ ଦିଆଯିବ ନାହିଁ । ମେଡିକାଲ ସ୍କାନ ନିଶ୍ଚିତ କରିଛି ଯେ ତାଙ୍କର କାନ୍ଧର ହାଡରେ ଆଘାତ ରହିଛି, ଯାହା ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ସାମ୍ନାକୁ ଆସିଛି।

ମାର୍କ ଉଡ୍‌ ଶେଷ ଥର ପାଇଁ ଶ୍ରୀଲଙ୍କା ବିପକ୍ଷ ଓଲ୍ଡ ଟ୍ରାଫର୍ଡରେ ଖେଳିଥିଲେ । ଏହା ସହିତ ଉଡ୍‌ଙ୍କ  ଡାହାଣ ଜଙ୍ଘରେ ଆଘାତ ଲାଗିଛି । ଯେଉଁଥିପାଇଁ ସେ ଚିକିତ୍ସିତ ହେଉଛନ୍ତି । ତେବେ ECB କହିଛି ଯେ ଜଙ୍ଘ ଆଘାତରୁ ଉଡ୍‌ ଭଲ ହୋଇ ଆସୁଛନ୍ତି  । ମାର୍କ ଉଡଙ୍କ ଆଘାତ ଇଂଲଣ୍ଡର ଶୀତକାଳୀନ ଟେଷ୍ଟରେ ମଧ୍ୟ ପଡିବ । ଅକ୍ଟୋବରରେ ପାକିସ୍ତାନ ଏବଂ ଡିସେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚରେ ଉଡ ଭାଗ ନେଇପାରିବେନି ବୋଲି ECB ନିଶ୍ଚିତ କରିଛି । ତାଙ୍କର ଲକ୍ଷ୍ୟ ହେଉଛି ୨୦୨୫ର ଇଂଲଣ୍ଡ ଏବଂ ଭାରତର ହ୍ବାଇଟ୍‌ ବଲ୍‌ ଏବଂ ପାକିସ୍ତାନରେ ଖେଳାଯିବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି । ଏହି ମ୍ୟାଚ୍ ବେଳକୁ ମାର୍କ ଉଡ୍‌ ଫିଟ୍‌ ହେବା ଜରୁରୀ ଅଟେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.