ପୁଣେ: ପୁଣେରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମୁକାବିଲା ଖେଳାଯିବ। ମ୍ୟାଚ୍ରେ ଟସ୍ ଜିତି ଇଂଲଣ୍ଡର ଅଧିନାୟକ ଜୋସ୍ ବଟଲର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରି ଇଂଲଣ୍ଡ ସିରିଜରେ ପ୍ରଥମ ଥର ଟସ୍ ଜିତିଛନ୍ତି। ଏ ପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ରେ ଭାରତ ଟସ୍ ଜିତି ଆସିଥିଲା। ଆଜି ମ୍ୟାଚ୍ରେ ଭାରତ ବଡ଼ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି।
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ ହୋଇଛି। ଚୂଡ଼ାନ୍ତ ଏକାଦଶରେ ରିଙ୍କୁ ସିଂ, ଅର୍ଶଦୀପ ସିଂ ଓ ଶିବମ ଦୁବେଙ୍କ ପ୍ରତ୍ୟାବର୍ତ୍ତନ ଘଟିଥିବା ବେଳେ ମହମ୍ମଦ ଶାମି, ଧ୍ରୁବ ଜୁରେଲ ଓ ଓ୍ଵାଶିଂଟନ ସୁନ୍ଦରଙ୍କୁ ବାହାରେ ବସିବାକୁ ପଡ଼ିଛି।
🚨 Team News
— BCCI (@BCCI) January 31, 2025
3⃣ changes for #TeamIndia as Rinku Singh, Shivam Dube & Arshdeep Singh are named in the Playing XI.
Here's our line-up for the fourth T20I 🔽
Follow The Match ▶️ https://t.co/pUkyQwxOA3#INDvENG | @IDFCFIRSTBank pic.twitter.com/SiIomnPrCR
ଭାରତର ଏକାଦଶ
ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ୍, ଅର୍ଶଦୀପ ସିଂ, ରବି ବିଷ୍ଣୋଇ ଓ ବରୁଣ ଚକ୍ରବର୍ତ୍ତୀ।