ରକ୍ତଚାପ ମାପିବା ପାଇଁ ବେସ୍ ଲାଇନ ବଦଳାଇଲା ୟୁରୋପ, ଏବେ ମାପ ଆଉ 130/80 mm/hg ନୁହେଁ

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ ୨୬।୬: ୟୁରୋପିୟନ ସୋସାଇଟି ଅଫ କାର୍ଡିୟୋଲଜି (ଇସିଏସ୍) ଉଚ୍ଚ ରକ୍ତଚାପ ମାପିବା ପାଇଁ ବେସ୍ ଲାଇନ ବଦଳାଇ ଦେଇଛି। ଯାହାକୁ ନେଇ ଏବେ ହୃଦରୋଗ ବିଶେଷଜ୍ଞଙ୍କ ମଧ୍ୟରେ ତର୍କ ଆରମ୍ଭ ହୋଇଯାଇଛି ଯେ ଉଚ୍ଚ ରକ୍ତ ଚାପର ମାନକ କଣ ହେବା ଦରକାର? ଇସିଏସ୍ ଏବେକା ବେସ ଲାଇନ ମାପ ୧୩୦/୮୦ ଏମଏମ/ଏଚଜିକୁ ବଦଳାଇ ୧୪୦/୯୦ ଏମଏମ/ଏଚଜି କରିଛନ୍ତି। 

ରକ୍ତଚାପ ମାପର ମାନକ ବଦଳିବାରୁ କାର୍ଡିୟୋଲଜି ସୋସାଇଟି ଅଫ ଇଣ୍ଡିଆ (ସିଏସଆଇ) ୬୦ ବର୍ଷରୁ କମ ଆୟୁବର୍ଗର ଲୋକଙ୍କ ପାଇଁ ୧୩୦/୮୦ ଏମଏମ/ଏଚଜି ଓ ଏହାଠୁ ଅଧିକ ଆୟୁବର୍ଗର ଲୋକଙ୍କ ନିମନ୍ତେ ୧୪୦/୯୦  ଏମଏମ/ଏଚଜି କରିଛନ୍ତି। ତେବେ ଆମେରିକାରେ ବେସ୍ ଲାଇନ ଏବେବି ୧୩୦/୮୦ ଏମଏମ/ଏଚଜି ରହିଛି। 

ସିଏସଆଇର ଡା. ରବିଶଙ୍କର କହିଛନ୍ତି ଯେ ଆମ ପାଖରେ ଅନେକ ଯୁବ ରୋଗୀ ଅଛନ୍ତି ଯେଉଁମାନେ ରକ୍ତଚାପ ରୋଗରେ ଆକ୍ରାନ୍ତ। ସେମାନେ ୩୦ ବର୍ଷ ବୟସରୁ ଆସୁଛନ୍ତି ଓ ସେମାନଙ୍କ ଲାଗି ପ୍ରଭାବି ପ୍ରବନ୍ଧନ ଆବଶ୍ୟକ। ଏଣୁ ଏବେ ଆମେ ଅନୁଭବ କରୁଛୁ ଯେ ସିଏସଆଇ ଏହି ନିଷ୍ପତ୍ତିକୁ ଆପଣେଇଛନ୍ତି ଯେ ଯେଉଁମାନେ ୬୦ ବର୍ଷରୁ କମ ସେମାନଙ୍କ ଲାଗି ୧୩୦/୮୦ ଏମଏମ/ଏଚଜି ଓ ୬୦ ବର୍ଷରୁ ଅଧିକ ଆୟୁବର୍ଗଙ୍କ ନିମନ୍ତେ ୧୪୦/୯୦  ଏମଏମ/ଏଚଜି ଧରାଯାଉଛି। ଉତ୍ତେଜନା, ଜୀବନ ଶୈଳୀରେ ପରିବର୍ତ୍ତନ, ବ୍ୟାୟାମ ଅଭାବ, ନିଦ ହ୍ରାସ ଆଦି ରକ୍ତଚାପର ମୁଖ୍ୟ କାରଣ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.