ଏହି ଗଛର ଫଳ ସୁନା ଅପେକ୍ଷା ମହଙ୍ଗା, ଜାଣନ୍ତୁ କଣ ରହିଛି ବିଶେଷତ୍ବ ?

Published By : Prameya-News7 Bureau | June 29, 2024 IST

ନୂଆଦିଲ୍ଲୀ ୨୯।୦୬: ସୁନା ଏକ ଅତ୍ୟନ୍ତ ମୂଲ୍ୟବାନ ଧାତୁ । କିନ୍ତୁ ଏପରି ଏକ ଗଛ ରହିଛି ଯାହାର ଫଳ ସୁନାଠାରୁ ମଧ୍ୟ ଅଧିକ ମହଙ୍ଗା । ଆସନ୍ତୁ ଜାଣିବା ସେହି ଗଛ ବିଷୟରେ... ସବୁ ଗଛର ଭିନ୍ନ ବିଶେଷତ୍ବ ରହିଛି । କିଛି ଗଛକୁ ଜଡିବୁଟି ଭାବେ ବ୍ୟବହାର କରାଯାଏ ତ ଆଉ କିଛି ଗଛର ଫଳର ଦାମ୍ ଲକ୍ଷ ଲକ୍ଷ । ବାସ୍ତବରେ, ଏହି ଗଛର ମଞ୍ଜି ଏକ ବିଶେଷ ଉଦ୍ଦେଶ୍ୟରେ ବ୍ୟବହାର ହୁଏ । ଯେଉଁ କାରଣରୁ ଏହାର ଦାମ୍ ଏତେ ଅଧିକ ।  

ଏହି ଗଛର ନାଁ ହେଉଛି ବୋଧିଚିତ । ଏହା ନେପାଳର ଦେଖିବାକୁ ମଳିଥାଏ । ଏହି ଗଛକୁ 'ସୁନା ଖଣି' ମଧ୍ୟ କୁହାଯାଏ । ନେପାଳ ତଥା ଏସିଆର ଅନେକ ଦେଶରେ ବୋଧିଚିତ ଗଛ ଦେଖିବାକୁ ମିଳେ  । କିନ୍ତୁ ନେପାଳର କଭ୍ରେପାଲାନଚୋକରେ ମିଳୁଥିବା ବୋଧିଚିତ ଗଛ ସର୍ବୋତ୍ତମ   ବୋଲି ବିବେଚନା କରାଯାଏ । ସେମାନଙ୍କର ମୂଲ୍ୟ ଅନ୍ୟ ଅଞ୍ଚଳରେ ମିଳୁଥିବା ଗଛ ତୁଳନାରେ ତିନିରୁ ଚାରି ଗୁଣ ଅଧିକ । 

ବୋଧିଚିତ ବୃକ୍ଷର ନାଁ ଦୁଇଟି ସଂସ୍କୃତ ଶବ୍ଦ 'ବୋଧି' ଏବଂ 'ଚିତ୍ର' ଦ୍ୱାରା ଗଠିତ । ବୋଧି ଅର୍ଥ ଜ୍ଞାନ ଏବଂ ଚିତ୍ର ଅର୍ଥ ଆତ୍ମା । ବୌଦ୍ଧ ଧର୍ମରେ ବୋଧିଚିତ ବୃକ୍ଷର ମହତ୍ବ ଖୁବ୍ ରହିଛି । ଅନେକ ଲୋକ ଏହି ଗଛକୁ ଗୌତମ ବୁଦ୍ଧଙ୍କ ସହ ଯୋଡିଥାନ୍ତି । ନେପାଳର ସ୍ଥାନୀୟ ଲୋକମାନେ ଏହି ଗଛକୁ ଫେରେଙ୍ଗବା କହିଥାନ୍ତି । ତିବ୍ଦତରେ ଏହା ତେନୁଭା ଏବଂ ଚାଇନାରେ ଶୁ ଜୁ ନାମରେ ଜଣାଶୁଣା । 

କିନ୍ତୁ ଏହାର ଗୁରୁତ୍ୱ ସବୁଠାରେ ସମାନ । ବୋଧିଚିତ ଗଛର ମଞ୍ଜି ଯୋଗୁଁ ଏହି ଗଛ ଖୁବ୍ ମହଙ୍ଗା ।  ଏହାର ବ୍ୟବହାର ବୌଦ୍ଧ ପାର୍ଥନାରେ ମାଳ ତିଆରି କରାଯାଇଥାଏ । ଖବର ଅନୁଯାୟୀ, ଗୋଟିଏ ଗଛରୁ ମିଳୁଥିବା ମଞ୍ଜି ଗୋଟିଏ ସିଜିନ୍ରେ ୯୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ  । 

ନେପାଳର କିଛି ସ୍ଥାନୀୟ ଲୋକ ବୋଧିଚିତର ମାଳି ତିଆରି କରିଥାନ୍ତି । ମାଳି ତିଆରିରେ ବ୍ୟବହୃତ ବୋଧିଚିତ ମଞ୍ଜିର ଲମ୍ବ ୧୩ ମିମିରୁ ୧୬ ମିମି ।  ସୂଚନା ଅନୁଯାୟୀ ଏହି ମାଳି ୫୦ ରୁ ୨୦୦ ଡଲାରରେ ବିକ୍ରି ହେଉଛି । ଗଛର ସବୁଠୁ ବଡ ମଞ୍ଜି ଅନ୍ୟ ମଞ୍ଜିଠାରୁ ମହଙ୍ଗା । ଏଗୁଡିକ ୮୦୦ଆମେରିକୀୟ ଡଲାର ପର୍ଯ୍ୟନ୍ତ ବିକ୍ରି ହୁଏ । ବୌଦ୍ଧ ଧର୍ମର ଲୋକମାନେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.