ରହସ୍ୟମୟୀ ମନ୍ଦିର; ସମୁଦ୍ର ମଝିରେ ମନ୍ଦିର ଜଗିଛି ସାପ, ଜାଣନ୍ତୁ କଣ ରହିଛି ବିଶେଷତ୍ବ ?

Published By : Prameya-News7 Bureau | June 29, 2024 IST

ନୂଆଦିଲ୍ଲୀ ୨୯।୦୬:  ଦୁନିଆରେ ଅନେକ ମନ୍ଦିର ଅଛି ଯାହା ନିଜର ଅନନ୍ୟ ବିଶେଷତ୍ବ ପାଇଁ ସାରା ବିଶ୍ବରେ ପରିଚିତ । ଦୁନିଆରେ ଏପରି ଏକ ଅଦ୍ଭୁତ ମନ୍ଦିର ରହିଛି   ଯାହା ସମୁଦ୍ର ମଝିରେ ଅବସ୍ଥିତ । ଏହି ମନ୍ଦିରକୁ ଚାରିପାଖରୁ ଘେରି ରହିଛି ପାଣି । ମନ୍ଦିରଟି ଇଣ୍ଡୋନେସିଆର ବାଲରେ ଅବସ୍ଥିତ । 

ସମୁଦ୍ର ମଝିରେ ଅବସ୍ଥିତ ଏହି ମନ୍ଦିରକୁ 'ତନହା ଲୋତ୍ ମନ୍ଦିର' କୁହାଯାଏ । ସ୍ଥାନୀୟ ଭାଷାରେ ଏହାର ଅର୍ଥ ହେଉଛି  ସମୁଦ୍ର ସ୍ଥଳ । ଏହି ମନ୍ଦିର ସହିତ ଏଠାରେ ଆହୁରି ୬ଟି ମନ୍ଦିର ନିର୍ମାଣ କରାଯାଇଛି । ଯାହା ଗୋଟିଏ ମନ୍ଦିରରୁ ଅନ୍ୟ ମନ୍ଦିରକୁ ସ୍ପଷ୍ଟ ଦେଖାଯାଏ । 

ଧାର୍ମିକ ବିଶ୍ୱାସ ଅନୁଯାୟୀ, ପଞ୍ଚଦଶ ଶତାବ୍ଦୀରେ, ନୀରଥା ନାମକ ଜଣେ ପୁରୋହିତ ସମୁଦ୍ର କୂଳରେ ବୁଲୁଥିବା ସମୟରେ ଏହି ସ୍ଥାନକୁ ଆସିଥିଲେ । ଏହି ସ୍ଥାନର ସୌନ୍ଦର୍ଯ୍ୟ ହେତୁ ପୁରୋହିତ ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ଏଠାରେ ଏକ ମନ୍ଦିର ନିର୍ମାଣ କରିବାକୁ ସ୍ଥିର କଲେ ।

 ଏକ ବିରାଟ ପଥର ଉପରେ ନିର୍ମିତ ଏହି ମନ୍ଦିର ସମୁଦ୍ର ଦେବତାଙ୍କୁ ସମର୍ପିତ  ଏପରିକି ନିରର୍ଥଙ୍କୁ ମଧ୍ୟ ପୂଜା କରାଯାଏ ।  ମନ୍ଦ ଆତ୍ମା ଏବଂ ଖରାପ ଲୋକମାନଙ୍କଠାରୁ ଏହି ମନ୍ଦିରକୁ ରକ୍ଷା କରିବା ପାଇଁ ପୁରୋହିତ ନିରର୍ଥ ନିଜ ଶକ୍ତି ଦ୍ବାରା ଏକ ବିରାଟ ସମୁଦ୍ର ସାପ ସୃଷ୍ଟି କରିଥିଲେ । ଯାହା ଏବେ ବି ମନ୍ଦିରର ସୁରକ୍ଷା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.