ଏହି ମହିଳା ତୁଲସୀ ଗଛଙ୍କୁ ପୂଜା କରିବା ଉଚିତ୍ ନୁହେଁ ! ଜାଣନ୍ତୁ କାରଣ କ'ଣ…

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ ୨୭।୦୬: ତୁଳସୀ ଗଛ । ହିନ୍ଦୁ ଧର୍ମରେ ରହିଛି ଖୁବ୍ ମହତ୍ବ । ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ମନାଯାଏ। ଶାସ୍ତ୍ର ଅନୁଯାୟୀ, ଘରେ ତୁଳସୀ ଗଛ ରହିଲେ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତୁଳସୀ ଗଛ ରହିଲେ ଘରେ ସୁଖ ଏବଂ ସମୃଦ୍ଧତା ବଜାୟ ରୁହେ ।

ତୁଳସୀ ଗଛକୁ ପ୍ରତିଦିନ ପୂଜା କରାଯାଏ । କିନ୍ତୁ ତୁଲସୀ ଗଛକୁ ପୂଜା କରିବା ସମୟରେ କିଛି ବିଶେଷ ଜିନିଷ ଉପରେ ଧ୍ୟାନରେ ରଖିବା ଉଚିତ୍। ଖାସ୍ କରି ମହିଳାମାନେ ତୁଳସୀ ଗଛକୁ ପୂଜା କରିବା ସମୟରେ କିଛି ନିୟମ ପାଳନ କରିବା ଉଚିତ୍ । କିନ୍ତୁ କିଛି ମହିଳା ତୁଳସୀ ଗଛକୁ ପୂଜା କରିବା ଉଚିତ୍ ନୁହେଁ । ଆସନ୍ତୁ ଜାଣିବା କେଉଁ ମହିଳା ତୁଳସୀ ଗଛକୁ ପୂଜା କରିବା ଉଚିତ୍ ନୁହେଁ । 

ସ୍ନାନ ନକରି କିମ୍ବା ମଇଳା ପୋଷାକ ପିନ୍ଧି ତୁଲସୀ ଗଛକୁ କେବେବି ସ୍ପର୍ଶ କରିବା ଉଚିତ୍ ନୁହେଁ କିମ୍ବା ଏହାକୁ ପୂଜା କରିବା ଉଚିତ୍ ନୁହେଁ । ମହିଳାମାନେ ରୁତୁସ୍ରାବ ସମୟରେ ତୁଳସୀ ଗଛକୁ ପୂଜା କରିବା ଉଚିତ୍ ନୁହେଁ ।  ବିଶ୍ୱାସ କରାଯାଏ ଯେ ଏହି ସମୟରେ ତୁଳସୀଙ୍କୁ ପୂଜା କରିବା ଦ୍ବାରା ମା ତୁଳସୀ ଅପବିତ୍ର ହୋଇଯାଆନ୍ତି । ମନରେ ଖରାପ ଚିନ୍ତାଧାରା ରଖୁଥିବା ମହିଳାମାନେ ତୁଲସୀ ଗଛକୁ ପୂଜା କରିବା ଉଚିତ୍ ନୁହେଁ । 

ବିଶ୍ୱାସ କରାଯାଏ ଯେ ଏପରି ମହିଳା ପୂଜା କଲେ ପୂଜା ଫଳ ମିଳିନଥାଏ । ତୁଳସୀ ଗଛ ପାଖରେ ଜୋତା, ଚପଲ, ଝାଡୁ ଏବଂ ମଇଳା ପୋଷାକ ରଖିବା ଉଚିତ୍ ନୁହେଁ । ଏହାବ୍ୟତୀତ ତୁଳସୀ ଗଛକୁ ନିକଟରେ ମଇଳା ହାତରେ ଛୁଇଁବା ଉଚିତ୍ ନୁହେଁ । ଏକାଦଶୀ, ରବିବାର ଏବଂ ଚନ୍ଦ୍ରଗ୍ରହଣରେ ତୁଳସୀ ଗଛକୁ ପାଣି ଦେବା ଉଚିତ୍ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.