ଘୁଷୁରୀ କେଶରୁ ତିଆରି ହୋଇଥିଲା ପ୍ରଥମ ଟୁଥ୍‌ବ୍ରଶ୍‌, ଜାଣନ୍ତୁ କିଏ କରିଥିଲେ ତିଆରି ?

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ ୨୭।୦୬: ସକାଳୁ ଉଠିବା ମାତ୍ରେ ସମସ୍ତଙ୍କ ପ୍ରଥମ କାମ ବ୍ରଶ୍‌ କରିବା । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଘୁଷୁରୀ କେଶରେ ତିଆରି ହୋଇଥିଲା ପ୍ରଥମ ଟୁଥ୍‌ବ୍ରଶ୍‌ । ବାସ୍ତବରେ ବ୍ରଶ୍‌ର ଇତିହାସ ଚୀନ ରାଜାଙ୍କ ସହିତ ଜଡିତ । ଅନେକ ବର୍ଷ ପୂର୍ବେ ବ୍ରଶ୍‌ ବଦଳରେ ଲୋକମାନେ ଗଛର ପତଳା ଡାଳ ବ୍ୟବହାର କରୁଥିଲେ ।

ଖ୍ରୀଷ୍ଟପୂର୍ବ ୧୬୦୦ ମସିହାରେ ଚାଇନାରେ ସୁଗନ୍ଧିତ ଗଛର ଶାଖା ଦାନ୍ତ ଘଷିବା ପାଇଁ ବ୍ୟବହାର କରାଯାଉଥିଲା । ଏହା ଦାନ୍ତ ସଫା କରିବା ବ୍ୟତୀତ ମୁଖ ଦୁର୍ଗନ୍ଧକୁ ଦୂରେଇବାରେ ସାହାଯ୍ୟ କରୁଥିଲା । ରିପୋର୍ଟ ଅନୁଯାୟୀ, ୧୪୯୮ ମସିହାରେ ଚାଇନାର ମିଙ୍ଗ ରାଜବଂଶର ରାଜା ହୋଙ୍ଗଝି ତିଆରି କରିଥିଲେ ପ୍ରଥମ ଟୁଥ୍ ବ୍ରଶ୍ । 

ରାଜାଙ୍କ ତିଆରି ଟୁଥ୍‌ବ୍ରଶ୍‌ରେ ଘୁଷୁରୀର କେଶ ବ୍ୟବହାର କରାଯାଉଥିଲା । ଘୁଷୁରୀ କେଶକୁ କାଠ ହ୍ୟାଣ୍ଡେଲରେ ଲଗାଯାଉଥିଲା । ପ୍ରଥମେ ପ୍ରଥମେ ଟୁଥ୍ ବ୍ରଶ୍ ହ୍ୟାଣ୍ଡେଲ ଗୁଡିକ କାଠ କିମ୍ବା ପଶୁ ହାଡରେ ତିଆରି କରାଯାଉଥିଲା । 

ଘୁଷୁରୀ କେଶ ବଦଳରେ ଘୋଡା କେଶ ମଧ୍ୟ ବ୍ୟବହାର କରାଯାଉଥିଲା । ପ୍ରଥମଥର ପାଇଁ ଟୁଥବ୍ରଶ୍ ଶବ୍ଦ ୧୬୯୦ ମସିହାରେ ବ୍ୟବହୃତ ହୋଇଥିଲା । ୧୭୮୦ରେ ୱିଲିୟମ୍ ଏଡିସ୍ ପ୍ରଥମଥର ପାଇଁ ବଡ଼ ଆକାରରେ ଟୁଥବ୍ରଶ୍ ଉତ୍ପାଦନ ଆରମ୍ଭ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.