ଆଠଗଡ଼ ୫।୧: ମୃତ୍ୟୁ ପରେ ବି ସବୁଦିନ ପାଇଁ ଅମର ହୋଇଗଲେ ପ୍ରହଲ୍ଲାଦ ରାଉତ । ମୃତ୍ୟୁ ପରେ ବି ଏକାଧିକ ବ୍ୟକ୍ତିଙ୍କ ଜୀବନ ରକ୍ଷା କଲେ ପ୍ରହଲ୍ଲାଦ । ଆଠଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟକଟା ଗାଁର ୩୮ ବର୍ଷ ବୟସ୍କ ପ୍ରହଲ୍ଲାଦ ରାଉତ ଏକ ଘରୋଇ ଅନୁଷ୍ଠାନରେ କାର୍ଯ୍ୟରତ ସମୟରେ ଅକସ୍ମାତ ମୁତ୍ୟୁ ହୋଇଥିଲା । ସେ ନିଜ ମୃତ୍ୟୁ ପରେ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ତେଣୁ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରହଲ୍ଲାଦଙ୍କ ଶରୀରର ବିଭିନ୍ନ ଅଙ୍ଗ ଦାନ କରାଯାଇଛି ।
ଶୋକାକୂଳ ପରିବେଶ ଭିତରେ ଗାଁ ଶ୍ମଶାନରେ ଆଠଗଡ ଥାନା ଅଧିକାରୀଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ଦେବା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଦୁଇ ବର୍ଷ ତଳେ ତାଙ୍କର ବିବାହ ହୋଇଥିବା ବେଳେ ତାଙ୍କର ୬ ମାସର ଏକ କନ୍ୟା ସନ୍ତାନ ଅଛନ୍ତି । ତାଙ୍କର ମୃତ୍ୟୁ ପରେ ପୁରା ପରିବାର ଏବେ ଭାଙ୍ଗି ପଡିଛନ୍ତି ।
You Can Read:
ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି