କଟକ ୧୦/୦୨: ବାରବାଟୀ ଫ୍ଲଡ ଲାଇଟ ବିଭ୍ରାଟ ଘଟଣା । ମୁହଁ ଖୋଲିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ଫ୍ଲଡ ଲାଇଟ ବିଭ୍ରାଟ ସହ ଟିକେଟ ଓ ପାସ୍ କଳାବଜାରୀ ପ୍ରସଙ୍ଗ ଉଠାଇଲେ ପ୍ରକାଶ । ସେ କହିଛନ୍ତି ଓସିଏ ଲକ୍ଷ ଲକ୍ଷ ଟଙ୍କାର ଟିକେଟ ଓ ପାସ୍ କଳାବଜାରୀ କରିଛି । ଆହୁରି ବି ହୋର୍ଡିଂ ଵିଜ୍ଞାପନରେ ବି ବ୍ୟାପକ ଦୁର୍ନୀତି କରିଛି ଓସିଏ ବୋଲି ସେ କହିଛନ୍ତି ।
ବିଧାୟକ କହିଛନ୍ତି 'ଦିନିକିଆ ଆୟୋଜନ ଦୁର୍ନୀତିର ତଦନ୍ତ ଆଵଶ୍ୟକ' । 'ଓସିଏ କାଉନସିଲ୍ ଭଙ୍ଗ କରିବାକୁ ଦାଵି କରିଛନ୍ତି ପ୍ରକାଶ ବେହେରା । ବାରବାଟୀ ବିଭ୍ରାଟକୁ ନେଇ ସବୁଠି ଲାଗି ରହିଛି ଅସନ୍ତୋଷ । ଫ୍ଲଡ଼ ଲାଇଟ ବନ୍ଦ ହେବା ପରେ ବିବାଦ ମୁଣ୍ଡାଇଛି ବାରବାଟୀ । ଦୀର୍ଘ ୩୦ ମିନିଟରୁ ଅଧିକ ସମୟ ଫ୍ଲଡ ଲାଇଟ ବିଭ୍ରାଟ ଓସିଏର ଅପାରଗତାକୁ ପଦାରେ ପକାଇ ଦେଇଛି। ଓସିଏ ସଂପାଦକଙ୍କ ସଫେଇ ଓସିଏକୁ ଆହୁରି ବିବାଦ ଭିତରକୁ ଟାଣି ନେଇଛି।
ଏହି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଥିଲେ ପୂର୍ବତନ ଓସିଏ ସଦସ୍ୟ । ଅଭିଯୋଗ ଆସିଥିଲା କି, ଓସିଏ, ମ୍ୟାଚ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଉପରେ ଜୋର ଦେବା ବଦଳରେ ଟିକେଟ ଓ ପାସ ବାଣ୍ଟିବାରେ ବ୍ୟସ୍ତ ରହିଲା। ବଡ଼ବଡ଼ିଆଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ପ୍ରସ୍ତୁତିରେ ଅବହେଳା ହିଁ ବାରବାଟୀ ବିଭ୍ରାଟର କାରଣ ପାଲଟିଲା।
ସେପଟେ ଘଟଣାକୁ ନେଇ ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କ୍ରୀଡା ବିଭାଗ । କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ୧୦ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ଫ୍ଲଡ୍ ଲାଇଟ୍ ବନ୍ଦ ଯୋଗୁଁ ୩୦ ମିନିଟ୍ ବନ୍ଦ ରହିଥିଲା ମ୍ୟାଚ୍ ।
ସୂଚନା ଥାଉକି, ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଭାରତୀୟ ଦଳର ଇନିଂସ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା । ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା। ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟର, ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂ କରୁଥିଲେ।
ହେଲେ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ପରେ ଖେଳାଳିମାନେ ପ୍ୟାଭିଲିୟନକୁ ଫେରିଯାଇଥିଲେ। ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଯାହା ରୋହିତ ଶର୍ମାଙ୍କ ଭାବଭଙ୍ଗୀରୁ ଏହା ସ୍ପଷ୍ଟ ହୋଇଯାଇଥିଲା। ପ୍ରାୟ ଅଧଘଣ୍ଟା ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା । ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା ।
alos read..
କ୍ରିକେଟ କମେଣ୍ଟ୍ରିକୁ ଆହୁରି କରାଯାଉ ଉନ୍ନତ, ସଂସଦରେ ସ୍ୱର ଉଠାଇଲେ TMC ସାଂସଦ