ନିଷ୍ଠୁର ହମାସ୍, ପୁରୁଷ ବନ୍ଦୀଙ୍କ ସହ ରଖୁଥିଲେ ଯୌନ ସଂପର୍କ

Published By : Prameya-News7 Bureau | February 06, 2025 IST

ନୂଆଦିଲ୍ଲୀ ୦୬।୦୨ : ନିଷ୍ଠୁର ହମାସ୍ । ହମାସ-ଇସ୍ରାଏଲ ଲଢେଇ କାହାକୁ ଅଛପା । ଏହି ଲଢେଇରେ ଅନେକ କଥା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆମ ଛାତି ଥରିଯାଉଛି । ହେଲେ ଏସବୁ ଭିତରେ ଏବେ ଆଉ କଥା ସାମ୍ନାକୁ ଆସିଛି । ଯେଉଁଥିରେ ବନ୍ଦୀ ଥିବା ପୁରୁଷ ବନ୍ଦୀଙ୍କ ସହ ଯୌନସମ୍ପର୍କ ରଖୁଥିଲେ ହମାସ୍‌ର ସମଲିଙ୍ଗୀ ଯବାନ । 

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ନିକଟରେ ଇସ୍ରାଏଲ୍‌ ଏବଂ ହମାନ ମଧ୍ୟରେ ଲଢେଇ ହୋଇଥିଲା । ଯେଉଁଥିରେ ଅନେକ ଇସ୍ରାଏଲ୍ ନାଗରିକଙ୍କୁ ବନ୍ଦୀ କରିଥିଲା ହମାସ୍। ଏଥିରୁ ବର୍ତ୍ତିନଥିଲେ ମହିଳା ଏବଂ ଶିଶୁ। ବନ୍ଦୀ କରିବା ପରେ ସେମାନଙ୍କୁ ଦିଆଯାଉଥିଲା ନିର୍ଯାତନା। ମହିଳା ଏବଂ ଶିଶୁଙ୍କୁ କରାଯାଉଥିଲା ଯୌନ ଶୋଷଣ। ତେବେ ଖାଲି ମହିଳା, ଶିଶୁଟି ଅକଟି ଯାଇନଥିଲେ ହମାସ । ଏପିରିକି ଲଢେଇରେ ବନ୍ଦୀ କରିଥିବା ଇସ୍ରାଏଲ୍ ଯୁବକଙ୍କୁ କରୁଥିଲେ ଯୌନ ଶୋଷଣ । ଇସ୍ରାଏଲ୍‌ର ପୁରୁଷ ବନ୍ଦୀଙ୍କ ସହିତ ଜୋର ଜବରଦସ୍ତ ଯୌନ ସଂପର୍କ ରଖୁଥିଲେ ହମାସ୍‌ର ସମଲିଙ୍ଗୀ ଯବାନ। ଏହି ସମ୍ବନ୍ଧରେ ଜଣାପଡ଼ିବା ପରେ ବିଗିଡ଼ି ଯାଇଥିଲା ହମାସ୍‌ର ଟପ୍ କମାଣ୍ଡରଙ୍କ ମୁଣ୍ଡ। ଏହାପରେ ସମଲିଙ୍ଗୀ କାର୍ଯ୍ୟରେ ଲିପ୍ତ ଥିବା ଯବାନଙ୍କୁ ଖୋଜିଖୋଜି ଚିହ୍ନଟ କରିଥିଲା ହମାସ୍। 

ତେବେ ଏକ ରିପୋର୍ଟ ଅନୁସାରେ ମୋଟ ୯୪ ଜଣ ସମଲିଙ୍ଗୀ ଯବାନ ଚିହ୍ନଟ କରିଥିଲା ହମାସ୍। ସେମାନଙ୍କୁ ଛଟପଟ କରି କରାଯାଇଥିଲା ହତ୍ୟା। ଏହା ପୂର୍ବରୁ ମଧ୍ୟ ସମଲିଙ୍ଗୀ ସମ୍ପର୍କ ପାଇଁ ୨୦୧୬ରେ କଠୋର ହୋଇଥିଲା ହମାସ୍। ସମଲିଙ୍ଗୀ ସମ୍ପର୍କ ପାଇଁ ପୂର୍ବତନ କମାଣ୍ଡର ମହମୁଦ୍ ଇସ୍ତିୱୀଙ୍କୁ କରିଥିଲା ବନ୍ଦୀ। କାଳ କୋଠରୀ ଭିତରେ ଇସ୍ତିୱୀଙ୍କୁ ରଖି ପ୍ରାୟ ୧ ବର୍ଷ ଯାଏଁ ଦିଆଯାଇଥିଲା ନିର୍ଯାତନା। ଶେଷରେ ଇସ୍ତିୱୀଙ୍କୁ ଗୁଳି କରି ହତ୍ୟା କରିଥିଲା ହମାସ୍। ଏହି ଘଟଣାରୁ ସ୍ପଷ୍ଟ ଭାବେ ଅନୁମାନ କରିହେଉଛି ସମଲିଙ୍ଗୀ ସମ୍ପର୍କ ପାଇଁ କେତେ ନିଷ୍ଠୁର ହମାସ୍। 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.