ଗ୍ଲାସ କାରଖାନାରେ ଫାଟିଗଲା କମ୍ପ୍ରେସର୍‌, ୬ ଶ୍ରମିକଙ୍କ ଚାଲିଗଲା ଜୀବନ

Published By : Prameya-News7 Bureau | June 28, 2024 IST

HT

ନୂଆଦିଲ୍ଲୀ: ଗ୍ଲାସ କାରଖାନାରେ କମ୍ପ୍ରେସର ଫାଟିଯିବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ୧୫ ଜଣ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏଭଳି ଘଟଣା ଘଟିଛି ଶୁକ୍ରବାର ରଙ୍ଗାରେଡି ଜିଲ୍ଲାର ଶାଦନଗରରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।

ମୃତକମାନେ ହେଉଛନ୍ତି ଓଡିଶା, ବିହାର ଏବଂ ଉତ୍ତରପ୍ରଦେଶର ବାସିନ୍ଦା। ଗୁରୁତର ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଓସମାନିଆ ଏବଂ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଶିଳ୍ପାଞ୍ଚଳରେ ବ୍ୟାପକ ଆତଙ୍କ ସୃଷ୍ଟି କରିଥିଲା। ଘଟଣା ପୂର୍ବରୁ ସୁରକ୍ଷା ପ୍ରୋଟୋକଲ ପାଳନ କରାଯାଇଛି କି ନାହିଁ ତାହା ମଧ୍ୟ ଅଧିକାରୀମାନେ ଯାଞ୍ଚ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.