ବର୍ବରତାର ସୀମା ଟପିଗଲା ! ରାସ୍ତା ମଝିରେ କଙ୍ଗାରୁ କୋର୍ଟ, ମହିଳାଙ୍କୁ ଆଖିବୁଜା ମାଡ଼

Published By : Prameya-News7 Bureau | June 30, 2024 IST

HT

କୋଲକାତା: ରାସ୍ତାର ମଝିରେ କଙ୍ଗାରୁ କୋର୍ଟ। ଅମାନୁଷିକ ଭାବେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ବାଡିରେ ପିଟିଲେ ଜଣେ ବ୍ୟକ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ଘଟିଛି ପଶ୍ଚିମବଙ୍ଗର ଚୋପ୍ରା ବ୍ଲକରେ। ପୋଲିସ ସୂତ୍ରରୁ ପ୍ରକାଶ ଯେ କଙ୍ଗାରୁ କୋର୍ଟ କରାଯାଇଥିଲା। ରାସ୍ତାରେ ଜଣେ ମହିଳା ଓ ପୁରୁଷଙ୍କୁ ମାଡ ମାରିବାର ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ତାଜମୁଲ ହକ (ଜେସିବି) ଫେରାର ହୋଇଯାଇଥିଲା। ତାକୁ ଜିଲ୍ଲା ପୋଲିସ ଗିରଫ କରିଛି।

'ଜେସିବି' ବଙ୍ଗ ରାସ୍ତା ମଝିରେ ଦମ୍ପତିଙ୍କୁ ମାଡ ମାରିଥିବାର ଭିଡିଓ ଦେଖି ପୋଲିସ ଖୋଜାଖୋଜି କରିଥିଲା। ଚୋପ୍ରା ବ୍ଲକର ଲାଖୀପୁର ଗ୍ରାମ ପଞ୍ଚାୟତର ଦିଗାଲଗାଓଁ ଅଞ୍ଚଳର ଜଣେ ପ୍ରେମୀ ଯୁଗଳଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଉଦ୍‌ବେଗ ରହିଛି।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସିପିଆଇ (M) ନେତା ମହମ୍ମଦ ସଲିମଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା। ସୂଚନାନୁସାରେ, ଉତ୍ତର ଦିନାଜପୁରର ଚୋପ୍ରା ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ହେଉଛନ୍ତି ଜେସିବି।

ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଜାତିଗତ ନିର୍ବିଶେଷରେ ମହିଳାଙ୍କ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ। ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ଫଳାଫଳ ଘୋଷଣା କରାଯାଇଛି ଏବଂ ଶାସକ ଦଳ ରାଜ୍ୟରେ ସର୍ବାଧିକ ସଂଖ୍ୟକ ଆସନ ଜିତିଛନ୍ତି, ତେବେ ସରକାର କାହିଁକି ରାଜ୍ୟରେ ହିଂସା କରୁଛନ୍ତି? ନିର୍ବାଚନ ପରେ ବଙ୍ଗଳାରେ ଦେଖାଯାଉଥିବା ହିଂସା ଦେଶର କୌଣସି ସ୍ଥାନରେ ଆମେ ଏଭଳି ମାମଲା ଦେଖୁନାହୁଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.