ମଧ୍ୟପ୍ରଦେଶର ଅର୍ଡିନାନ୍ସ କାରଖାନାରେ ଭୟଙ୍କର ବିସ୍ଫୋରଣ; ଚାଲିଗଲା ୨ ଜୀବନ, ୧୦ରୁ ଅଧିକ ଆହତ

Published By : Prameya-News7 Bureau | October 22, 2024 IST

ନୂଆଦିଲ୍ଲୀ ୨୨।୧୦:  ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ହେଲା ଭୟଙ୍କର ବିସ୍ଫୋରଣ। ଚାଲିଗଲା ଦୁଇ କର୍ମଚାରୀଙ୍କ ଜୀବନ। ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏହି ଦୁର୍ଘଟଣା। ଜବଲପୁରରେ ଥିବା ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଖାମରିଆର ଫିଲିଂ ସେକ୍ସନ-୬ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ଫ୍ୟାକ୍ଟ୍ରିର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବହୁ ଦୂର ଯାଏଁ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା। 

ହେଲେ ବିସ୍ଫୋରଣ କିପରି ଘଟିଲା ସେ ସମ୍ବନ୍ଧରେ ସୂଚନା ଏପର୍ଯ୍ୟନ୍ତ ମିଳି ନାହିଁ। କାରଖାନା ପରିଚାଳନା ଏପର୍ଯ୍ୟନ୍ତ କିଛି କହିବାକୁ ପ୍ରସ୍ତୁତ ନାହାନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ।

ଅର୍ଡିନାନ୍ସ ଫ୍ୟାକ୍ଟ୍ରିର ଜଣେ ଅଧିକାରୀଙ୍କ କହିବା ମୁତାବକ, ସକାଳ ୧୦ଟା ୩୦ରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ବିସ୍ଫରଣ ଯୋଗୁ ଫ୍ୟାକ୍ଟ୍ରିର ଏକ ଅଂଶ ଭୁଶୁଡି ପଡିଛି। ମାଟି ତଳେ ଶ୍ରମିକ ଜଣକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜବଲପୁରର ଅର୍ଡାନ୍ସ କାରଖାନାରେ ଏହି ବିସ୍ଫୋରଣରେ ଆହତ ହୋଇଥିବା କର୍ମଚାରୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି । ଯେଉଁଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି। ବ୍ରିଟିଶ ଶାସନ ସମୟରେ ଜବଲପୁର ଅର୍ଡାନ୍ସ କାରଖାନା ପ୍ରତିଷ୍ଠା କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.