ଅଲିମ୍ପିକ୍ସ ବିବାଦକୁ ନେଇ ମୁହଁ ଖୋଲିଲେ ସାକ୍ଷୀ ମଲ୍ଲିକ୍; ‘୧୦୦ ଗ୍ରାମ୍ କ’ଣ, ସେଠି ୧୦ ଗ୍ରାମ୍ ଅଧିକ ଓଜନକୁ ଅନୁମତି ନାହିଁ'

Published By : Prameya-News7 Bureau | October 22, 2024 IST

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ୫୦ କିଲୋ ବର୍ଗରେ ଫାଇନାଲ ରାଉଣ୍ଡରେ ସ୍ଥାନ ପକ୍କା କରିଥିଲେ । ଚଳିତ ଥର ଭିନେଶ ଇତିହାସ ରଚିବା ନେଇ ସମସ୍ତେ ଆଶା ରଖିଥିଲେ । କାରଣ ଭାରତ ରେସଲିଂରେ ଏଯାଏଁ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତି ନାହିଁ । ଏଥର ଗୋଲ୍ଡ ମେଡାଲ ପକ୍କା ଥିଲା । ମାତ୍ର ଫାଇନାଲ ପୂର୍ବରୁ ଏପରି ଏକ ଖବର ଭାରତୀୟ ଫ୍ୟାନ୍ସଙ୍କ ସବୁ ସ୍ବପ୍ନକୁ ଧୂଳିସାତ୍ କରି ଦେଇଥିଲା । ଟାଇଟଲ୍ ଟକ୍କର ପୂର୍ବରୁ ଭିନେଶ ଫୋଗାଟ୍ ଡିସକ୍ବାଲିଫାଏ ହୋଇଯାଇଥିଲେ । ଫାଇନାଲ୍ ପୂର୍ବରୁ ତାଙ୍କର ରେସଲରଙ୍କ ଓଜନ ମପା ଯାଇଥିଲା । ୫୦ କିଲୋଗ୍ରାମରୁ ୧୦୦ଗ୍ରାମ୍ ଅଧିକ ଓଜନ ରେକର୍ଡ ହୋଇଥିଲା । ଫଳରେ ଅଲିମ୍ପିକ୍ସ କମିଟି ତାଙ୍କୁ ଡିସକ୍ବାଲିଫାଏ କରିଦେଇଥିଲା । 

ତେବେ ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ରେସଲର ସାକ୍ଷୀ ମଲ୍ଲିକ୍ । ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଛନ୍ତି, ପ୍ୟାରିସ୍ ଅଲିମ୍ପିକ୍ସରେ ଭିନେଶ ଫୋଗାଟଙ୍କ ସହିତ ଯାହା ଘଟିଲା ତାହା ସବୁବେଳେ ମନେ ରହିବ । ବିଶ୍ବ କୁସ୍ତି ଯୋଦ୍ଧା ସଂଘର ନିୟମ ଅନୁଯାୟୀ, କୁସ୍ତି ଯୋଦ୍ଧାଙ୍କ ୧୦ ଗ୍ରାମ୍ ଅଧିକ ଓଜନଙ୍କୁ ମଧ୍ୟ ଅନୁମତି ମିଳେ ନାହିଁ । ସାକ୍ଷୀ ମଲ୍ଲିକଙ୍କ ଏହି ଆତ୍ମକଥା ଓ୍ବିଟନେସ୍‌ରେ ପ୍ରକାଶିତ ହୋଇଛି । ସେ କହିଛନ୍ତି, ଭିନେଶଙ୍କ ସ୍ଥାନରେ ସାକ୍ଷୀ ମଲ୍ଲିକ୍ ଥିଲେ ମଧ୍ୟରେ ସେହି ସମୟରେ ଓଜନ ହ୍ରାସ କରିବା ମୁସ୍କିଲ୍ ହୋଇଥାନ୍ତା । ଫାଇନାଲ ପୂର୍ବରୁ ଭିନେଶଙ୍କ ଓଜନ ୫୦ କିଲୋ ୧୦୦ ଗ୍ରାମ୍ ଥିଲା  । ମାତ୍ର ବିଶ୍ବ କୁସ୍ତି ଯୋଦ୍ଧା ସଂଘ ୧୦ ଗ୍ରାମ ଅଧିକ ଓଜନକୁ ମଧ୍ୟ ଅନୁମତି ଦିଏ ନାହିଁ  । ବଜରଙ୍ଗ ପୁନିଆ ଏବଂ ତାଙ୍କର ପାଖରେ ଅଲିମ୍ପିକ୍ସ ମେଡାଲ ଥିଲା, ମାତ୍ର ଭିନେଶଙ୍କ ପାଇଁ ଅନଶନରେ ବସିଥିଲେ ବୋଲି ସାକ୍ଷୀ ମଲ୍ଲିକ୍ କହିଛନ୍ତି ।... 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.