ମୟଙ୍କ ଯାଦବ ଭାରତର ଫାଷ୍ଟ ବୋଲିଂର ଭବିଷ୍ୟତ: ଶାମି

Published By : Prameya-News7 Bureau | October 21, 2024 IST

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବୋଲର ମହମ୍ମଦ ଶାମି ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କୁ ପ୍ରଶଂସା କରି ଭାରତୀୟ ବୋଲିଂ ଭବିଷ୍ୟତ ବୋଲି କହିଛନ୍ତି । ମୟଙ୍କ ଯାଦବ ଏବଂ ହର୍ଷିତ ରାଣାଙ୍କ ପରି ଯୁବ ଖେଳାଳି ଭାରତର ଫାଷ୍ଟ ବୋଲିଂକୁ ଆଗକୁ ନେବେ । ସେପଟେ ଦୀର୍ଘ ଦିନରୁ ଆହତ ଯୋଗୁଁ ଟିମକୁ ବାହାରେ ଥିବା ଶାମି ନିଜକୁ ଶତ ପ୍ରତିଶତ ଫିଟ୍ ଏବଂ ବୋଲିଂ ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ।

ଦିନିକିଆ ବିଶ୍ୱକପରେ ଚମତ୍କାର ବୋଲିଂ କରିବା ପରେ ଆହତ କାରଣରୁ ଶାମି ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି । ଗତ ଫେବ୍ରୁଆରୀରେ ସେ ଲଣ୍ଡନରେ ସର୍ଜରୀ କରାଇବା ପରେ ବେଙ୍ଗାଲୁରୁରେ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀରେ ନିଜ ରିକଭରି ଉପରେ କାମ କରୁଛନ୍ତି ।

ମଦମ୍ମଦ ଶାମି କହିଛନ୍ତି, 'ଭାରତୀୟ କ୍ରିକେଟ୍ ପାଇଁ ସବୁଠୁ ଭଲ ଖବର ଏହା ଯେ ଆମର ଫାଷ୍ଟ ବୋଲିଂର ଶକ୍ତି ବଢୁଛି । ପ୍ରଥମେ ଆମ ପାଖରେ କେବଳ କିଛି ଦ୍ରୁତ ବୋଲର ଥିଲେ, ଯେଉଁମାନେ ୧୪୦-୧୪୫ କିଲୋମିଟର ସ୍ପିଡ୍‌ରେ ବୋଲିଂ କରୁଥିଲେ । କିନ୍ତୁ ଏବେ ବେଞ୍ଚରେ ବସୁଥିବା ବୋଲର ବି ୧୪୫ କି.ମିରୁ ଅଧିକ ସ୍ପିଡ୍‌ରେ ବୋଲିଂ କରୁଛନ୍ତି । ଯେଉଁ ଦ୍ରୁତ ବୋଲରମାନେ ପ୍ରକୃତରେ ମୋତେ ପ୍ରଭାବିତ କରିଛନ୍ତି, ସେମାନଙ୍କ ମଧ୍ୟରେ ମୟଙ୍କ ଯାଦବଙ୍କ ନାଁ ରହିଛି । ସତରେ ସେ ପ୍ରଭାବୀ ଏବଂ ଭବିଷ୍ୟତରେ ଭାରତୀୟ ଫାଷ୍ଟ ବୋଲିଂର ନେତୃତ୍ୱ ସମ୍ଭାଳିବେ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.