କାଜନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ବ୍ରିକ୍ସ ସମ୍ମିଳନୀରେ ହେବେ ସାମିଲ୍

Published By : Prameya-News7 Bureau | October 22, 2024 IST

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ପାଇଁ ଦୁଇ ଦିନିଆ ରୁଷ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଜନ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଭବ୍ୟ ସ୍ବାଗତ କରାଯାଇଛି । ‘ଭାରତ ମାତା କି ଜୟ’ ନାରାରେ ପୂରା ବିମାନ ବନ୍ଦର କମ୍ପିଥିଲା । ଏହି ଗସ୍ତରେ ପ୍ରଥମେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ସାକ୍ଷାତ କରିବେ ମୋଦି । ଏଥିରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷୀକ ଆଲୋଚନା ହେବ ।   

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ତମ ବ୍ରିକ୍ସ ସମ୍ମିଳନୀରେ ସାମିଲ୍ ହେବାକୁ ଋଷ୍ ଗସ୍ତ କରିଛନ୍ତି । କଜାନ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା । ଋଷରେ ପଢ଼ୁଥିବା ଭାରତୀୟ ଛାତ୍ର ଗୀତ ଗାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ମଙ୍ଗଳବାର ଅର୍ଥାତ୍ ଆଜି ସାଢ଼େ ୩ଟାରେ ରାଷ୍ଟ୍ରପତି ପୁଟିନଙ୍କ ସହିତ ଭେଟ କରିବେ । ଏହାପରେ ବ୍ରିକ୍ସ ଦେଶର ଅନ୍ୟ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିବେ ନରେନ୍ଦ୍ର ମୋଦି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.