ଶିବସେନା ବିଧାୟକଙ୍କ ପୁଅ ଗାଡ଼ିରୁ ୫ କୋଟି ଟଙ୍କା ଜବତ; ପୁଣେ ପୋଲିସ କରୁଛି ଯାଞ୍ଚ

Published By : Prameya-News7 Bureau | October 22, 2024 IST

ମୁମ୍ବଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ । ତାରିଖ ଘୋଷଣା ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏପଟେ ମତଦାନ ତାରିଖ ପାଖେଇ ଆସୁଥିବାରୁ ରାଜ୍ୟ ପୋଲିସ ତତ୍ପର ହୋଇଛି । ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ ଜୋରଦାର କରାଯାଉଛି । ସୋମବାର ରାତିରେ ପୁଣେ ଜିଲ୍ଲାର ଶିବପୁର ଅଞ୍ଚଳରେ ପୋଲିସ୍ ଏକ ଇନୋଭା କାରକୁ ଅଟକାଇଥିଲା । ଯାଞ୍ଚ ବେଳେ ସେଥିରୁ ୫ କୋଟି ଟଙ୍କା ନଗଦ ମିଳିଥିବା ବେଳେ ଗଡ଼ି ସହ ଟଙ୍କାକୁ ଜବତ କରିଛି ପୋଲିସ ।   

ଏହି ଗାଡ଼ିଟି ପୁଣେରୁ କୋହ୍ଲାପୁର ଯାଉଥିଲା। ନିର୍ବାଚନ ପୂର୍ବରୁ ପୋଲିସ୍ ଶିବପୁର ଟୋଲ ଗେଟ୍ ନିକଟରେ ଯାଞ୍ଚ କରୁଥିବା ବେଳେ ଏକ ଧଳା ରଙ୍ଗର ଇନୋଭାକୁ ଯାଞ୍ଚ କରିଥିଲା। ଗାଡ଼ି ଭିତରୁ ପ୍ରାୟ ୫ କୋଟି ଟଙ୍କା ବାହାରିଥିଲା। ଏହାପରେ ତୁରନ୍ତ ଗାଡ଼ିଟିକୁ ରାଜଗଡ଼ ଥାନା ନିଆଯାଇଥିଲା । ଗାଡ଼ିରେ ଥିବା ୪ ଜଣଙ୍କୁ ଅଟକ ରଖି ପଚରାଉଚରାଛି ପୋଲିସ ।

ଛାନଭିନରୁ ଜଣାପଡ଼ିଛି, କାର୍‌ଟି ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀର ସାଙ୍ଗୋଲ ବିଧାୟକ ଶାହଜୀ ବାପୁ ପାଟିଲଙ୍କ ପୁଅଙ୍କ ନାଁରେ ରହିଛି । ରେଡ୍ ବେଳେ ଉକ୍ତ କାର୍‌ରେ ଶାହଜୀ ବାପୁ ପାଟିଲଙ୍କର କିଛି କାର୍ଯ୍ୟକର୍ତ୍ତା ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.