ମେ ମାସରେ ବିଦେଶକୁ ବଢ଼ିଲା ରପ୍ତାନୀ, ଆମାଦାନୀରେବି ବୃଦ୍ଧି ୭.୭ ପ୍ରତିଶତ

Published By : Prameya-News7 Bureau | June 14, 2024 IST

ନୂଆଦିଲ୍ଲୀ: ବିଦେଶକୁ ବଢ଼ିଲା ରପ୍ତାନୀ। ମେ ମାସରେ ସାମଗ୍ରୀ ରପ୍ତାନୀ ୯ ପ୍ରତିଶତ ବଢ଼ି ୩୮.୧୩ ବିଲିୟନ ଡଲାର ହୋଇଛି। ଯାହା ବର୍ଷକ ତଳେ ଅର୍ଥାତ୍‌ ୨୦୨୩ ମେ ମାସରେ ୩୪.୯୫ ବିଲିୟନ ଡଲାର ଥିଲା। ଶୁକ୍ରବାର ଜାରି ସରକାରୀ ତଥ୍ୟରେ ଏହି ସୂଚନା ଦିଆଯାଇଛି। ଏନେଇ ସୂଚନା ନେଇ ବାଣିଜ୍ୟ ସଚିବ ସୁନୀଲ ବର୍ଥଓ୍ବାଲ କହିଛନ୍ତ ରପ୍ତାନୀ ଦୃଷ୍ଟିରୁ ଦେଖିଲେ ମେ ମାସରେ ଉତ୍କୃଷ୍ଟ ରହିଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ। 

ଆହୁରି ମଧ୍ୟ ତଥ୍ୟ ଅନୁଯାୟୀ, ଆମଦାନୀରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୪ ମେ ମାସରେ ଆମଦାନୀ, ୭.୭ ପ୍ରତିଶତ ବଢ଼ି ୬୧.୯୧ ବିଲିୟନ ଆମେରିକୀୟ ଡଲାର ହୋଇଥିଲା। ଯେତେବେଳେକି୨୦୨୩ ମେ ମାସରେ ୫୭.୪୮ ବିଲିୟନ ଡଲାର ଥିଲା। ସେହିଭଳି ଆମଦାନୀ ଏବଂ ରପ୍ତାନୀ ମଧ୍ୟରେ ଟ୍ରେଡ ଡେଫିସିଟ୍‌ ୨୩.୭୮ ବିଲିୟନ ଡଲାର ରହିଛି। 

ଆହୁରି ପଢ଼ନ୍ତୁ: ୧୫ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ମେ ମାସର ପାଇକାରୀ ମୁଦ୍ରାସ୍ଫୀତି

ଏହା ପୂର୍ବରୁ ଏପ୍ରିଲ ୨୦୨୪ରେ ରପ୍ତାନୀ, ଏକ ପ୍ରତିଶତ ବଢ଼ି ୩୫ ବିଲିୟନ ଡଲାର ରହିଥିଲା। ସେହିଭଳି ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଏପ୍ରିଲ-ମେ ସମୟରେ ସମୁଦାୟ ରପ୍ତାନୀ ୫.୧ ପ୍ରତିଶତ ବଢ଼ି ୭୩.୧୨ ବିଲିୟନ ଡଲାର ହୋଇଛି ଏବଂ ଆମଦାନୀ ୮.୮୯ ପ୍ରତିଶତ ବଢ଼ି ୧୧୬ ବିଲିୟନ ଡଲାର ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.