ଆନନ୍ଦପୁର ୭।୪: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚାଷୀ ବହୁଳ ଗାଁ ପଦ୍ମପୁର ଠାରେ ଧାନ ମଣ୍ଡି ପାଇଁ ସରକାରଙ୍କ ତରଫରୁ ଟେଣ୍ଡର ହୋଇଥିଲେ ମଧ୍ୟ ଆରମ୍ଭ ହୋଇପାରୁନାହିଁ ମଣ୍ଡି ଗୃହ । ଏହାସହ ଖଳା ନିର୍ମାଣ ମଧ୍ୟ ହୋଇପାରୁନାହିଁ । ମଣ୍ଡି ପାଇଁ ଚିହ୍ନଟ ଜମିର ପୂର୍ବରୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି କିଛି ନିର୍ମାଣ କାମ କରି ସେହି ଜମିକୁ ଜବର ଦଖଲ କରି ରଖିଛନ୍ତି । ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କୁ ନୋଟିସ୍ କରି ଜାଗା ଖାଲି କରିବାକୁ କୁହାଯାଇଛି । ହେଲେ ବ୍ୟକ୍ତି ଜଣଙ୍କ ଶୁଣୁନଥିବାରୁ ପ୍ରଶାସନ ତରଫରୁ ଚଳିତ ମାସ ୪ ତରିଖରେ ଜବରଦଖଲ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ୪ ତାରିଖ ଯାଇ ୭ ତାରିଖ ହେଲାଣି, ହେଲେ ପ୍ରଶାସନର ଏଦିଗରେ କୌଣସି ତତ୍ପରତା ନାହିଁ । ମଣ୍ଡି ନିର୍ମାଣ କୁ ନେଇ ସନ୍ଦେହରେ ଥିବା ଚାଷୀ ଆଜି ପୌରକାର୍ଯ୍ୟାଳୟ ଘେରି ତୁରନ୍ତ ଜବର ଦଖଲ ହଟାଇ ମଣ୍ଡି ନିର୍ମାଣ ପାଇଁ ଦାବି କରିଛନ୍ତି ।
You Can Read:
ଜଙ୍ଗଲରେ ନିଆଁ ଲିଭାଇବା ବେଳେ ଅଘଟଣ, ପୋଡି ହୋଇ ଫରେଷ୍ଟ ସ୍କ୍ବାର୍ଡ଼ ଗୁରୁତର