ବ୍ରହ୍ମପୁର ୩୧।୩: ଚାଲିଥିଲା ଦଣ୍ଡ ନାଚ । ଗୋଟିଏ ପଟେ ନାଚ ଗୀତର ଆସର ଜମିଥିବା ବେଳେ ଅନ୍ୟପଟେ ପଡ଼ିଲା ରକ୍ତର ଛିଟା । କାଳ୍ପନିକ ନାଟକ ଦେଖୁଥିବା ଦର୍ଶକ ଦେଖିଲେ ବାସ୍ତବ ହତ୍ୟାକାଣ୍ଡ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜେନା ସାହିରେ ଦାଣ୍ଡ ନାଚ ବେଳେ ଘଟିଲା ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜେନା ସାହିରେ ଚାଲିଥିବା ବେଳେ ବେଲ ଗାଁ କାଳୀ ମନ୍ଦିର କମିଟିର ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦଣ୍ଡ ନାଚ ଚାଲିଥିବା ବେଳେ ପ୍ରସାଦକୁ ନେଇ ଜଗଦୀଶ ଓ ତ୍ରିନାଥଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା । ଏତିକି ବେଳେ ତ୍ରିନାଥ ଓ ପ୍ରଦୀପ ଏକ ଛୁରାରେ ଜଗଦୀଶଙ୍କ ଗଳାକୁ କାଟିବା ସହ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ । ଫଳରେ ଜଗଦୀଶ ଗୁରୁତର ଆହତ ହୋଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଜଗଦୀଶଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ ।
ମେଡିକାଲରେ ଡାକ୍ତର ଜଗଦୀଶଙ୍କୁ ମୃତ ଘୋଷଣା କରିଥିଲେ ବୋଲି ମୃତକ ଜଗଦୀଶଙ୍କ ଭାଇ କହିଛନ୍ତି । ଅଘଟଣ ପରେ ନାଚ ଗୀତ ବନ୍ଦ ହୋଇଯାଇଥିଲା । ଘଟଣା ସମ୍ପର୍କରେ କିଛି ଜାଣିନଥିବା ନାଟ ଷ୍ଟେଜ ଲାଇଟ ଏଣ୍ଡ ସାଉଣ୍ଡ କର୍ମଚାରୀ କହିଛନ୍ତି ।
ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଘଟଣାସ୍ଥଳକୁ ବ୍ରହ୍ମପୁର ଏସପି ଗସ୍ତ କରି ଘଟଣାର ଅଧିକ ଯାଞ୍ଚ କରିଛନ୍ତି । ହତ୍ୟା ଘଟଣାରେ ବାପା, ପୁଅଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି ପୋଲିସ । ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବଡ଼ ମେଡିକାଲକୁ ପଠାଯାଇଥିଲା । ଘଟଣାର ଅଧିକ ତଦନ୍ତ କରାଯାଉଥିବା ବ୍ରହ୍ମପୁର ଏସପି କହିଛନ୍ତି ।
You Can Read:
ଧର୍ମଶାଳାରେ ହିଙ୍ଗୁଳା ଯାତ୍ରା ଆରମ୍ଭ : ୫ ଦିନ ମଦ କିଣାବିକା ଉପରେ ରୋକ୍, ବିକିଲେ-ପିଇଲେ ଗଣିବେ ତଣ୍ଡ