କଟକ ଶିଖରପୁରରେ ଦୁର୍ଘଟଣା, ବାଇକ-ଟ୍ରକ ମୁହାଁମୁହିଁ ଧକ୍କା, ବାପା-ପୁଅ ମୃତ

Published By : Prameya-News7 Bureau | February 08, 2025 IST

କଟକ ୮/୨: କେତେ ହସଖୁସିରେ ଏକାଠି ଯାଉଥିଲେ । କଥାବାର୍ତ୍ତା ମଜାମସ୍ତି ଚାଲିଥିଲା । ହେଲେ କିଏ ଜାଣିଥିଲା ବାଟରେ ଜଗିଛି ଟ୍ରକ ରୂପରେ ଯମ । ମାଆ ସାମ୍ନାରେ ଚାଲିଯାଇଛି ବାପା-ପୁଅଙ୍କ ଜୀବନ । କଟକ ଶିଖରପୁର ଅଞ୍ଚଳର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ  ଦୁର୍ଘଟଣା ।ବାଇକରେ ସ୍ବାମୀ-ସ୍ତ୍ରୀ ଓ ୫ ବର୍ଷର ପୁଅ କେନ୍ଦ୍ରାପଡାରୁ କଟକ ଆସୁଥିଲେ । ହଠାତ ଧକ୍କା ଦେଇଥିଲା ଟ୍ରକ । 

ତେବେ ବାପା-ପୁଅଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ବହୁତ ଡେରି ହୋଇଯାଇଥିଲା । ଉଭୟଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର । ମୃତ ଘୋଷଣା କରିଥିଲେ । ତେବେ ସ୍ତ୍ରୀଙ୍କ ଅବସ୍ଥା ଠିକ ଥିବା ଜଣାପଡିଛି । ସ୍ବାମୀ ଓ ପୁଅକୁ ହରାଇ ଧୈର୍ୟ୍ୟହରା ହୋଇପଡିଛନ୍ତି ମହିଳା । ରାସ୍ତାରେ ଭୋ ଭୋ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଧରି ବୁଝାସୁଝା କରିଛନ୍ତି । ତେବେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି ଟ୍ରକ ଡ୍ରାଇଭର । ମୃତଦେହ ଜବତ କରି ଛାନ୍‌ଭିନ୍‌ ଚଳାଇଛି ପୋଲିସ । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.