ଥାନେର ଚିପ୍ସ କାରଖାନାରେ ଅଗ୍ନିକାଣ୍ଡ, ଲଗାତାର ହେଉଛି ସିଲିଣ୍ଡର ବ୍ଲାଷ୍ଟ

Published By : Prameya-News7 Bureau | October 03, 2024 IST

ମୁମ୍ଵାଇ ୦୩।୧୦: ଥାନେର ଏକ ଚିପ୍ସ କମ୍ପାନୀରେ ଅଗ୍ନିକାଣ୍ଡ। ୱାଗଲ୍ ଇଷ୍ଟେଟ୍ ପରିସରରେ ଅବସ୍ଥିତ ରାମନଗର ଅଞ୍ଚଳରେ ଏକ ଚିପ୍ସ କମ୍ପାନୀ ଭେଙ୍କଟ ରମଣ ସ୍ପେସିଆଲିଟି ଲିମିଟେଡରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ନିଆଁ ଏତେ ଭୟଙ୍କର ଥିଲା ଲଗାତାର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା।

ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ଗାଡି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଏତେ ଭୟଙ୍କର ହୋଇଛି ଯେ ଏହି କମ୍ପାନୀର ଆଖପାଖରେ ଥିବା ଘର ଗୁଡିକରେ ନିଆଁ ଲାଗିଥିଲା । ଏବେ ପୋଲିସ୍‌ ଘଟଣାର ତଦନ୍ତ କରୁଛି । କୁହାଯାଉଛି କି ଏଥିରେ କୌଣସି କାହାର କ୍ଷୟକ୍ଷତି ହୋଇନାହିଁ ।

ମୁମ୍ବାଇର ଘାଟକୋପର ଅଞ୍ଚଳରେ ଏକ ଚଳନ୍ତା ବସରେ ଲାଗିଥିଲା ନିଆଁ

ଏଥି ସହିତ ମୁମ୍ବାଇର ଘାଟକୋପର ଅଞ୍ଚଳରେ ଚଳନ୍ତା ବେଷ୍ଟ ବସ୍‌ରେ ଅଗ୍ନିକାଣ୍ଡ ଖବର ସାମ୍ନାକୁ ଆସିଥିଲା। ମ୍ୟୁନିସିପାଲିଟି ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ସେ କହିଥିଲେ ଯେ ଏହି ଘଟଣା ପୂର୍ବ ମୁମ୍ବାଇର ଗାନ୍ଧୀ ନଗର ଜଙ୍କସନରେ ଅପରାହ୍ନ ପ୍ରାୟ ୧.୫୦ ସମୟରେ ଘଟିଥିଲା। ଏହା ପରେ ଟ୍ରାଫିକ ପୋଲିସ ତୁରନ୍ତ ଜରୁରୀକାଳୀନ ସେବାକୁ ସୂଚନା ଦେଇଥିଲା। ସେ କହିଥିଲେ ଯେ ଅଗ୍ନିଶମ କର୍ମଚାରୀମାନେ ୨୦ ମିନିଟ ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରିଥିଲେ ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.