ଆନନ୍ଦପୁର ୨୭।୧୨: ବାଲି ଗାଡିରୁ ବେଆଇନ ଚାନ୍ଦା ଆଦାୟକୁ କେନ୍ଦ୍ରକରି ଅଶାନ୍ତ ହେଉଛି ଆନନ୍ଦପୁର ଉପଖଣ୍ଡ ଶାଳଣିଆଁ ଅଞ୍ଚଳ । ଚାନ୍ଦା ଆଦାୟକୁ କେନ୍ଦ୍ରକରି ଗୁରୁବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଫଳରେ ୫ ଜଣ ଆହତ ହୋଇଛନ୍ତି । ଶାଳଣିଆଁର ଗୋଟିଏ ଗୋଷ୍ଠୀର ୪/୫ ଜଣ ବ୍ୟକ୍ତି ଦୀର୍ଘଦିନ ହେଲା ଚାନ୍ଦା ଆଦାୟ କରୁଥିବା ବେଳେ ହରିଜନ ସାହିର କିଛି ଯୁବକ ଗୁରୁବାର ଓରାଳି-ଶାଳଣିଆଁ ରାସ୍ତାରେ ଚାନ୍ଦା ଆଦାୟ କରିଥିଲେ । ପୂର୍ବରୁ ଆଦାୟ କରୁଥିବା ବ୍ୟକ୍ତିମାନେ ଏହାକୁ ବିରୋଧ କରିବାରୁ ଉଭୟଙ୍କ ଭିତରେ ସଂଘର୍ଷ ଘଟିଥିଲା । ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇ ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ ଶାଳଣିଆଁ ହରିଜନ ସାହିର ମହିଳା ମାନେ ଓରାଳି-ଶାଳଣିଆଁ ରାସ୍ତା ଅବରୋଧ କରି ବାଲିଗାଡ଼ି ସବୁ ଅଟକ ରଖିଛନ୍ତି । ଉଭୟ ପକ୍ଷରୁ ଥାନାରେ ଏତଲା ହୋଇଛି । ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read:
ସମୁଦ୍ର କୂଳରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର, ସ୍ନାନ ବେଳେ ବୁଡ଼ିଯାଇ ନିଖୋଜ ଥିଲେ