ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହେବ ନୂଆ ଅଧ୍ୟାୟ, ନୂଆବର୍ଷରୁ ଆରମ୍ଭ ହେବ ଦେଶର ବିଭିନ୍ନ ସ୍ଥାନକୁ ବିମାନ ଉଡ଼ାଣ

Published By : Prameya-News7 Bureau | December 30, 2024 IST

ଭୁବନେଶ୍ବର: ବିକାଶର ନୂଆ ଉଡ଼ାଣ ଭରୁଛି ଓଡ଼ିଶା। ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ନୂଆ ଅଧ୍ୟାୟ। କାରଣ ଜାନୁଆରୀ ୧ ଅର୍ଥାତ ନୂଆବର୍ଷରୁ ନୂଆ ବର୍ଷରୁ ରାଜ୍ୟରୁ ଦେଶର ବିଭିନ୍ନ ସ୍ଥାନକୁ ନୂଆ କରି ଆରମ୍ଭ ହେବ ବିମାନ ଉଡ଼ାଣ।

ଜାନୁଆରୀ ୧ରୁ  ଝାରସୁଗୁଡ଼ାରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ମୌ, ମୁମ୍ବାଇକୁ ଉଡ଼ିବ ବିମାନ। ସେହିଭଳି ଜାନୁଆରୀ ୩ରୁ ଭୁବନେଶ୍ବର ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ମୌକୁ ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍ । 

ଏନେଇ ଟ୍ବିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ, ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ସାବ୍ୟସ୍ତ ହେବ ମାଇଲ୍ ଖୁଣ୍ଟ ।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.